ଜଙ୍ଗଲୀ ବାର୍ହା ଙ୍କ ଉପଦ୍ରବ ବୃଦ୍ଧି

0
194
ଜଙ୍ଗଲୀ ବାର୍ହା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, ତା(୨୦/୦୩) : ସୁବର୍ଣ୍ଣପୁର ଜିଲ୍ଲା ର ଜଙ୍ଗଲ ପାର୍ଶ୍ଵବର୍ତ୍ତୀ ଗାଁ ମାନଙ୍କରେ ଏବେ ଜଙ୍ଗଲୀ ବାର୍ହା ଙ୍କ ଉପଦ୍ରବ ବଢିବଢି ଚାଲିଛି ।

ଜିଲ୍ଲା ର ବୀରମହାରାଜପୁର, ଉଲୁଣ୍ଡା, ବିନିକା ସମେତ ସୁବର୍ଣ୍ଣପୁର ସଦର ବନାଞ୍ଚଳରେ ଦଳ ଦଳ ଜଙ୍ଗଲୀ ବାର୍ହା ରାତିରେ ଆସି ପନିପରିବା ଓ ଅନ୍ୟାନ୍ୟ ଡାଲି ଜାୟୀୟ ଫସଲ ସବୁକୁ ଖାଇବା ସହ ଦଳାଚକଟାରେ ନଷ୍ଟ କରୁଥିବାର ଦେଖା ଯାଉଛି । ଏପରିକି, କେତେକ ସମୟରେ ଖାଦ୍ୟ ଓ ପାଣି ଅନ୍ୱେଷଣ ଲକ୍ଷ୍ୟରେ ବହୁ ସଂଖ୍ୟାରେ ଆସିଥିବା ବାର୍ହା ଦଳ ଦିନବେଳା ବି ଅଞ୍ଚଳରେ ଉତ୍ପାତ କରୁଛନ୍ତି ।

ଅର୍ଜୁନପୁର ଜଙ୍ଗଲ ସନ୍ନିକଟସ୍ଥ ପ୍ରତାପପୁର, ଜାମପାଲି, କୁଲିପାଲି, ଲକର୍ମା, ପିପିଲିପାଲି, ଗତରକେଲା ଆଦି ପାଖ ଗାଁ ଗୁଡିକରେ କିଛିଦିନ ହେବ ବାର୍ହାଙ୍କ ଉପଦ୍ରବ ଲାଗି ରହିଥିବା ବେଳେ ସୁବର୍ଣ୍ଣପୁର ସହରକୁ ଲାଗି ରହିଥିବା ଅର୍ଜୁନପୁର ସଂରକ୍ଷିତ ଜଙ୍ଗଲ ରୁ ୪-୫ ଟି ଦଳରେ ଆସି ସହର ମଧ୍ୟକୁ ମଧ୍ୟ ପ୍ରବେଶ କରିଛନ୍ତି ।

ଗତ ୨ ଦିନ ଧରି ସୁବର୍ଣ୍ଣପୁର ସହରକୁ ଲାଗି ରହିଥିବା କିଛି ବସ୍ତି, ଛିନଛାନ୍ ଡୁଂଗୁରୀ ଓ ଧୋବା ବାହାଲିକୁ ବାର୍ହାମାନେ ଆସି ଲୋକଙ୍କ ଚାଷବାସ ନଷ୍ଟ କରିଥିବାର ଅଭିଯୋଗ ହେଉଛି । ତେବେ, ଲୋକଙ୍କ ଅଭିଯୋଗ ସତ୍ତ୍ୱେ ବନ ବିଭାଗ ଏହି ବନ୍ୟଜନ୍ତୁଙ୍କୁ ଘଉଡାଇବାର କୌଣସି ଉଦ୍ୟମ କରୁ ନଥିବାରୁ ଏବେ ପରିସ୍ଥିତି ଦୁର୍ବିସହ ହୋଇ ପଡିଛି ।