ବ୍ଲକ ଅଧ୍ୟକ୍ଷା ସାୟମ୍ମା ଶହ ଶହ ସମର୍ଥକ ଙ୍କ ଗହଣ ରେ ଦାୟିତ୍ଵ ନେଲେ

0
350
ବ୍ଲକ ଅଧ୍ୟକ୍ଷା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୧/୦୩) : ଗତ ପଞ୍ଚାୟତ ନିର୍ବାଚନ ରେ କେ. ସୀତା ପୁର ଗ୍ରାମ ପଞ୍ଚାୟତ ରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ବିପୁଳ ଭୋଟ ରେ ଜିତି ଥିବା ସାୟମ୍ମା ଆଜି ବ୍ଲକ ଅଧ୍ୟକ୍ଷା ଭାବେ ଯୋଗ ଦେଇ ଆସନ ଅଳଙ୍କୃତ କରିଛନ୍ତି ।

ପ୍ରକାଶ ଥାଉ କି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସାୟାମ୍ମା ଆଜି ସକାଳେ ଶହ ଶହ ସମର୍ଥକ ଓ ବିଜେଡି ଦଳୀୟ ନେତାଙ୍କ ଗହଣ ରେ ଆସି ବ୍ଲକ ରେ ପହଞ୍ଚି ଥିଲେ । ପୂଜା ପାଠ ଓ ମନ୍ତ୍ର ଧ୍ଵନି ରେ ନିଜ ଅଫିସ୍ ଚାମ୍ୱର କୁ ଯାଇଥିଲେ ଏବଂ ଆଦାନ ଅଳଙ୍କୃତ କରିଥିଲେ । ଶ୍ରୀମତୀ ବାଲା ସାୟାମ୍ମା ଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ, ଖାରଡ଼ା ସରପଞ୍ଚ ଅଖିଳ କୁମାର ପାତ୍ର, ବହୁ ସରପଞ୍ଚ ଓ ସମିତି ସଭ୍ୟ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ ।

ଶ୍ରୀମତୀ ବାଲା ସାୟାମ୍ମା ହେଉଛନ୍ତି ପୂର୍ବତନ ବିଧାୟକ ଦାରପୂ ଲଛନା ନାଇଡୁଙ୍କ ନାତୁଣୀ ଅଟନ୍ତି ଏବଂ ସେ ଏକ ରାଜନୈତିକ ପୃଷ୍ଠଭୂମି ରୁ ଆସିଥିବା ଯୋଗୁଁ କାଶୀନଗର ବ୍ଲକ କୁ ଆରାମ ରେ ଚଳାଇ ପାରିବେ ବୋଲି ଶ୍ରୀ ତିରୁପତି ରାଓ ଆଶା ବ୍ୟକ୍ତ କରିଛନ୍ତି ।