ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗାଡି ଚଢା ମାମଲା : ମିଛକୁ ସତ କରିବାକୁ ପୋଲିସ ର ଷଡଯନ୍ତ୍ର କି ?

0
131
ବିଧାୟକ ପ୍ରଶାନ୍ତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୨/୦୩) : ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଲୋକଙ୍କ ଉପରେ ଗାଡି ଚଢା ମାମଲାରେ ଲୋକଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି ସତକୁ ମିଛ, ମିଛକୁ ସତ କରିବା ପାଇଁ ଷଡଯନ୍ତ୍ର କରିଛି କି ପୋଲିସ ? ପୋଲିସ କରିଛି ନା କାହା ଚାପରେ ପୋଲିସ ଏପରି କରିବାକୁ ବାଧ୍ୟ ହୋଇଛି ।

ବିଧାୟକ ପ୍ରଶାନ୍ତ ଜଗଦେବ ଯେଉଁ ଗାଡି ଚଳାଇ ଲୋକଙ୍କୁ ଜୀବନରୁ ମାରିଦେବାର ଉଦ୍ୟମ ର ଅଭିଯୋଗ ଲାଗିଛି ସେ ଗାଡି ନମ୍ବର ହେଉଛି OD 25 K 5775 । ଯାହାକି ଡିସକଭରୀ ଗାଡି । ମାତ୍ର ପୋଲିସ ତରଫରୁ ରୁଜୁ ହୋଇଥିବା ଏଫଆଇଆରରେ ଏହି ଗାଡି ନମ୍ବର OD 02 AY 5775 ରହିଛି । ଯାହାକି ଏକ କ୍ରେଟା ଗାଡି ।

ଗୋଟିଏ ପଟେ ସତ ଗାଡି ମିଛ ଗାଡି ବିବାଦ । ତା ଉପରେ ବିଧାୟକ ଆତ୍ମରକ୍ଷା ପାଇଁ ଜୀବନ ବିକଳରେ ଗାଡି ଚଢାଇଦେବା କାରଣରୁ ଲୋକମାନେ ଆହତ ହୋଇଥିବା ଏପରି ତଦନ୍ତକୁ ବାହୁବଳୀଙ୍କ ଫାଇଦାରେ ବ୍ୟବହାର କରାଯାଇଥିବା ଷଡଯନ୍ତ୍ରର ଆସିଛି ସଙ୍ଗୀନ ଅଭିଯୋଗ ।

ଡିସକଭରୀ ଗାଡିକୁ କ୍ରେଟା ଗାଡିର ରୂପ । ଦବଙ୍ଗ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସୁରକ୍ଷା ପାଇଁ ବଡ ଷଡଯନ୍ତ୍ର ସହ ବଡ ଚକ୍ରାନ୍ତ । ଚକ୍ରାନ୍ତ ପଛରେ ନେତା ନା ପ୍ରଶାସନ । ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଖସାଇବା ପାଇଁ କିଏ କରିଛି ଏହି ଷଡଯନ୍ତ୍ର । ଆଉ ଏହି ଷଡଯନ୍ତ୍ରରେ ସାମିଲ ହୋଇଛି କି ପୋଲିସ । ଏସବୁ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଥିବା ବେଳେ ଏବେ ବିବାଦରେ ଏଣ୍ଟ୍ରି ମାରିଛନ୍ତି ନୟାଗଡ ବିଧାୟକ ତଥା ରାଜ୍ୟ କୃଷିମନ୍ତ୍ରୀ ଡ.ଅରୁଣ ସାହୁ ।

ଚିଲିକା ବାଣପୁରରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଉତ୍ପାତ ଘଟଣାରେ ଏବେ ନୂଆ କାହାଣୀ ସୃଷ୍ଟି ହୋଇଛି । ଆଉ ଲୋକଙ୍କ ଉପରେ ମଡାଯାଇଥିବା ଗାଡି ଆଉ ଏତଲାରେ ଦିଆଯାଇଥିବା ଗାଡି ର ନମ୍ବର କେମିତି ଭିନ୍ନ ହେଲା ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବି ତଥା କଂଗ୍ରେସ ନେତା ରଣଜିତ୍ ଦାସ । ଆଉ ସିଧାସିଧା ଏହି ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଭୂମିକାକୁ ନେଇ ଉଠାଇଛନ୍ତି ।

ସେଦିନ ବିଧାୟକ ଯେଉଁ ଗାଡିକୁ ଲୋକଙ୍କ ଉପରେ ମଡାଇଥିଲେ ତାହା ନମ୍ବର ରହିଛି OD 25 K 5775 । ଯାହାକି ଡିସକଭରୀ ଗାଡି । ମାତ୍ର ଲୋକଙ୍କୁ ବିଧାୟକଙ୍କ ଗାଡି ମଡାଇବାକୁ ନେଇ ଦାଏର ଏତଲାରେ ଗାଡି ନମ୍ବର କିନ୍ତୁ ଭିନ୍ନ । ଗାଡି ର ନମ୍ବର ରହିଛି OD 02 AY 5775 । ଆଉ ଏହି ଗାଡିଟି ଏକ କ୍ରେଟା ଗାଡି ବୋଲି ଅଭିଯୋଗ କରିଛନ୍ତି ରଣଜିତ୍ ।

ଲୋକଙ୍କ ଉପରେ ମଡାଯାଇଥିବା ଗାଡିର ମାଲିକ ରହିଛନ୍ତି କୁମାର ଦେବଦତ୍ତ । ଯିଏ କି ନୟାଗଡ ଅଞ୍ଚଳର ଜଣେ ଠିକାଦାର । ଆଉ ସେ ହେଉଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁଙ୍କ ରାଇଟ୍ ହ୍ୟାଣ୍ଡ । ଏଠି ପ୍ରଶ୍ନ ପାଖାପାଖି ୧ କୋଟି ଟଙ୍କାର ଜଣେ ଠିକାଦାରଙ୍କ ଗାଡିକୁ କାହିଁକି ଚଳାଉଥିଲେ ବିଧାୟକ ପ୍ରଶାନ୍ତ ଜଗଦେବ । ଆଉ ଏତଲା କପିରେ କାହିଁକି ବଦଳିଗଲା ଗାଡି ନମ୍ବର ।

ଠିକାଦାରଙ୍କ ସହ ବିଧାୟକଙ୍କ ସମ୍ପର୍କ କଣ ? ବିଧାୟକଙ୍କୁ ଗିପ୍ଟ ମିଳିନଥିଲା ତ ଏହି ଗାଡି? ଯଦି ଗିପ୍ଟ ମିଳିଥିଲା ତାହାହେଲେ ଏହା ପଛରେ କଣ ରହିଛି କାରଣ ? ଏହାର ତଦନ୍ତ ପାଇଁ ଦାବି କରିଛନ୍ତି ରଣଜିତ । ଡିସକଭର ଗାଡି ଧରାପଡିଥିଲେ, ବିବାଦକୁ ଆସିଥାନ୍ତେ ମନ୍ତ୍ରୀ ଅରୁଣ ସାହୁ । ଆଉ ମନ୍ତ୍ରୀ ଅରୁଣ ସାହୁଙ୍କ ଘଣ୍ଟ ଘୋଡାଇବା ପାଇଁ ଏହି ଷଡଯନ୍ତ୍ର ହୋଇଛି ବୋଲି ଅଭିଯୋଗ କରିଛନ୍ତି ରଣଜିତ । ଆଉ ଏନେଇ ପୋଲିସ ଦୃଷ୍ଟି ଦେବାକୁ ସେ କରିଛନ୍ତି ଦାବି।

ଏଠି ବଡ ପ୍ରଶ୍ନ ଉଠୁଛି ଡିସକଭରୀ ଗାଡିକୁ କ୍ରେଟା ଗାଡିର ରୂପ ଦେବା ପଛରେ କଣ ରହିଛି ଷଡଯନ୍ତ୍ର । ଏହାର ଉପଯୁକ୍ତ ତଦନ୍ତ ହେଲେ ବଡ ରହସ୍ୟ ଖୋଲିବ । ଏପରିକି ବିଜେଡିର ଏହି ନେତାମାନଙ୍କୁ ଠିକାଦାର କେମିତି କୋଟିକୋଟି ଟଙ୍କାର ଗାଡି ଅଫର କରିଥିଲେ ଏହାର ଖୁଲାସା କାଳେ ହୋଇଯିବ । ଆଉ ପ୍ରଶାନ୍ତ ଏବଂ ଅରୁଣଙ୍କ ମଧୁଚନ୍ଦ୍ରିକା ଧରାପଡିଯିବ ସେଥିପାଇଁ ଏହି ଷଡଯନ୍ତ୍ର ବୋଲି ରଣଜିତ କହିଛନ୍ତି ।

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ବାହୁବଳୀ ବିଧାୟକ । ସବୁବେଳେ ବିବାଦରେ । ତେବେ ଲୋକଙ୍କ ଉପରେ ଗାଡି ମଡାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି ଦବଙ୍ଗ ବିଧାୟକ । ଆଉ ଏହି ସମୟରେ ଲୋକଙ୍କ ଉପରକୁ ମାଡିଥିବା ଗାଡିର ନମ୍ବର ବଦଳାଇବା ପଛରେ କାହାର ରହିଛି ହାତ ତାହାକୁ ନେଇ ବଡ ପ୍ରଶ୍ନ ଉଠିଛି ।