ମାନସ ମର୍ଡର ମିଷ୍ଟ୍ରିରୁ ହଟୁଛି ପରଦା : କୁଆଡେ ଗଲେ ଶର୍ମିଷ୍ଠା ?

0
139
ମାନସ ମର୍ଡର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୨/୦୩) : ଫଟୋଗ୍ରାଫର ମାନସ ମର୍ଡର ମିଷ୍ଟ୍ରିରୁ ହଟୁଛି ପରଦା । ଓଆଇଏସ ଅଫିସର ନିରଞ୍ଜନ ସେଠୀ ଗିରଫ । ରାଜ କମ୍ୟୁନିକେସନ ମାଲିକ ରଂଜନ ନାୟକ ଗିରଫ ।

ଧୀରେ ଧୀରେ ଖୋଲୁଛି ମାନସ ମର୍ଡର ପଛ ର ଗୁମର । ମାନସଙ୍କ ସ୍ତ୍ରୀ ର ଅଭିଯୋଗ, ସାମିଲ ଅଛନ୍ତି ନେତା, ମନ୍ତ୍ରୀ ଓ ଅଫିସର । ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡ ପଛରେ ରହିଛନ୍ତି ରାଜନେତା, ମନ୍ତ୍ରୀ ଅଫିସରଙ୍କ ହାତ । ଶର୍ମିଷ୍ଠା ରାଉତ ମୁଖ୍ୟ ଆସାମୀ । ତାକୁ ଫାଶି ଦିଆଯାଉ । ମାନସଙ୍କ ପତ୍ନୀ ଆଜି ସିଧା ସିଧା ରାଜ୍ୟ ସରକାରଙ୍କ ନେତା ମନ୍ତ୍ରୀଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ ।

ଏବେ ବଡ ପ୍ରଶ୍ନ କିଏ ସେ ଏହି ରାଜନେତା ? କିଏ ସେ ଏହି ମନ୍ତ୍ରୀ ? କିଏ ସେ ଏହି ଅଫିସର ? ମାନସ, ଶର୍ମିଷ୍ଠା, ରଞ୍ଜନ ଆଉ ନିରଞ୍ଜନ । ଶର୍ମିଷ୍ଠା, ୱେବପୋର୍ଟାଲର ମାଲିକାଣୀ । ଯାହାଙ୍କର ଏବେ କୌଣସି ଖବର ମିଳୁନାହିଁ । ମାନସ ହତ୍ୟାକାଣ୍ଡରେ ଶର୍ମିଷ୍ଠାଙ୍କର ବଡ ଭୂମିକା ରହିଥିବା ନେଇ ସନ୍ଦେହ ବଢୁଛି । କୁଆଡେ ଗଲେ ଶର୍ମିଷ୍ଠା ? ଶର୍ମିଷ୍ଠାଙ୍କ ସହଯୋଗୀ ଝୁନୁ ଭୋଇ ମଧ୍ୟ ଫେରାର ।

ପୋଲିସ ର ସୂଚନା ଅନୁସାରେ ଏହି ମର୍ଡରରେ ରହିଛି ନିରଞ୍ଜନଙ୍କ ସକ୍ରିୟ ଭୂମିକା । ସୂଚନା ଅନୁସାରେ ନିରଞ୍ଜନ ସେଠୀଙ୍କ ନିର୍ଦ୍ଦେଶନାରେ ଏହି ହତ୍ୟାକାଣ୍ଡ ହୋଇଥିଲା । ଅର୍ଥାତ ହତ୍ୟାକାଣ୍ଡର ଷଡଯନ୍ତ୍ର ରଚିଥିଲେ ନିରଞ୍ଜନ । ଆଉ ଏହି ମର୍ଡର ପ୍ଲାନକୁ ବାସ୍ତବ ରୁପ ଦେଇଥିଲେ ରଞ୍ଜନ । ଏପରିକି ହତ୍ୟାକାଣ୍ଡ ପୂର୍ବରୁ ମାନସକୁ ମାରଣାସ୍ତ୍ରରେ ଶକ୍ତ ଆଘାତ ଦିଆଯାଇଥିଲା । ହତ୍ୟା କରିବା ପରେ ମୃତଦେହକୁ ଲୁଚାଇବାକୁ ହୋଇଥିବା ଷଡଯନ୍ତ୍ରରେ ମଧ୍ୟ ସାମିଲ ଥିଲେ ନିରଞ୍ଜନ । ଏବେ ପୋଲିସ ନିରଞ୍ଜନଙ୍କୁ ଗିରଫ କରିଛି । ରାଜ କମ୍ୟୁନିକେସନ ମାଲିକ ରଞ୍ଜନ ନାୟକଙ୍କୁ ମଧ୍ୟ ଗିରଫ କରିଛି ।

ନିରଞ୍ଜନ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଟେକନିକାଲ ଡାଇରେକ୍ଟର ରହିଥିବା ବେଳେ ଶର୍ମିଷ୍ଠାଙ୍କ ପୋର୍ଟାଲକୁ ଅହେତୁକ ଅନୁକମ୍ପା ମିଳିଥିବା ନେଇ ସୂଚନା ମିଳିଛି । ଏପରିକି ଏହି ଦୁଇ ଜଣଙ୍କ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଆଶଙ୍କା କରାଯାଉଛି, ଏହି ସମ୍ପର୍କ ବିଷୟରେ ମାନସଙ୍କୁ କିଛି ସଙ୍କେତ ବୋଧହୁଏ ମିଳିସାରିଥିଲା । କାଳେ କଥା ବାହାରେ ପ୍ରଘଟ ହୋଇଯିବ ସେଥିପାଇଁ ମାନସକୁ ସବୁ-ଦିନ ପାଇଁ ରାସ୍ତାରୁ ହଟାଇବାକୁ ନିରଞ୍ଜନ ଓ ଶର୍ମିଷ୍ଠା ମିଳିତ ଭାବେ ଷଡଯନ୍ତ୍ର ରଚିଥିବା ଅନୁମାନ କରାଯାଉଛି ।

ପୁରା ଘଟଣାରେ ଯେଉଁ ମେମୋରି ଚିପକୁ ନେଇ ତନାଘନା ଜାରି ରହିଛି, ସେ ସମ୍ପର୍କରେ ପୋଲିସ ପାଖରେ କୌଣସି ଖବର ନାହିଁ । ହତ୍ୟାକାଣ୍ଡରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ରହିଛି । ଚାନ୍ଦବାଲି ପୋଲିସ ର ଏକାଧିକ ଟିମ ବିଭିନ୍ନ ସ୍ଥାନରେ ରେଡ ଡାରି ରଖିଛନ୍ତି । ମାନସ ମର୍ଡର ଘଟଣାରେ ପୋଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରିସାରିଥିବା ବେଳେ ଆଜି ଆଉ ୨ ଜଣଙ୍କୁ ଗିରଫ କରିଛି । ଶର୍ମିଷ୍ଠା ପୋଲିସ କବଜାକୁ ଆସିବା ପରେ ମାନସ ହତ୍ୟାକାଣ୍ଡରେ ଅଧିକ ଖୁଲାସା ହୋଇ ପାରିବ ।