RRR ତେଲୁଗୁ ସିନେମା ପାଇଁ କାଶୀନଗରରେ ଫେନ୍ ଙ୍କ ହୋର୍ଡିଂ ଆକର୍ଷଣ ର କେନ୍ଦ୍ର

0
355
RRR ତେଲୁଗୁ ସିନେମା

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୫/୦୩) : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଓ କାଶୀନଗରରେ ତେଲୁଗୁ ଜଣ ସଂଖ୍ୟା ଅଧିକ ଆଉ ଏମାନେ ସିନେମା ଦେଖିବା କୁ ଭଲ ପାଆନ୍ତି । RRR ତେଲୁଗୁ ସିନେମା ପାଇଁ ବେଶ ରୋମାଞ୍ଚ ଦେଖାଦେଇଛି ।

ତେଲୁଗୁ ସୁପର ଷ୍ଟାର ଚିରଞ୍ଜିବୀଙ୍କ ପୁଅ ରାମ୍ ଚରଣ ଓ ଜୁନିଅର ଏନ୍ ଟି ଆର୍ ଦୁଇ ଅଭିନେତା ମିଳିତ ଭାବେ ଏହି RRR ତେଲୁଗୁ ସିନେମା ରେ ଅଭିନୀତ କରିଥିବାରୁ ସେମାନଙ୍କ ଫେନ ମାନେ କାଶୀନଗର ଓ ପାରଳାକ୍ଷେମୁଣ୍ଡିରେ ବିରାଟ ବିରାଟ ହୋର୍ଡ଼ିଂଗ ଲଗାଇଛନ୍ତି । କାଶୀନଗର ବସ ଷ୍ଟାଣ୍ଡ, ହରିଜନ ସାହି ଓ ଅନ୍ୟାନ୍ୟ ଯାଗାରେ ୩୦ ଫୁଟ କୁ ୧୦ ଫୁଟ ଓସାର ଲମ୍ବରେ ହୋର୍ଡ଼ିଂ ଗୁଡ଼ିକ ଲଗାଇଛନ୍ତି ।

ପୌର ନିର୍ବାଚନ ଭିତରେ ଏହି ସିନେମା ଦେଖିବା ପାଇଁ ଫେନ୍ସ ମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । ଆଜି ପାହାନ୍ତିଆ ୩ ଟାରେ ଏହି RRR ସିନେମା ପାରଳାଖେମୁଣ୍ଡି ରେ ରିଲିଜ୍ ହୋଇଯାଇଛି । ପ୍ରବଳ ଭିଡ଼ ଭିତରେ ଏହି ସିନେମା ଦେଖିବାକୁ ଦର୍ଶକ ମାନେ ଦେଖି ବହୁତ୍ ପଶନ୍ଦ କରିଛନ୍ତି ।