ମତଦାନ ଶେଷ ୮୪.୮୯,%ମତଦାନ କାଲି ୧୦ ଟା ସୁଦ୍ଧା ଫଳ ଘୋଷଣା

0
194
ମତଦାନ ଶେଷ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୫/୦୩) : ଗତକାଲି ପୌର ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସକାଳ ୮ ରୁ ଆରମ୍ଭ ହୋଇ ୫ ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା । ଛୋଟ ମଟ ଗଣଗୋଳ କୁ ଛାଡ଼ିଦେଲେ ଶାନ୍ତିପୂର୍ଣ୍ଣ ଭାବେ ଇ ଭି ଏମ୍ ରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇ ରହିଛି ।

ମତଦାନ ଶେଷ, ଆସନ୍ତା କାଲି ସକାଳ ୮ ଟା ଠାରୁ ଗଣନା କାର୍ଯ୍ୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆରମ୍ଭ ହେବ ଦିନ ୧୦ ଟା ରୁ ୧୧ ଟା ଭିତରେ ଫଳା ଫଳ ବାହାରିଯିବ ବୋଲି ଆଶା କରାଯାଉଛି । କାଶୀନଗର ରେ ୧୩ ଟି ୱାର୍ଡ ମଧ୍ୟରୁ ୧, ୨, ୩ ୱାର୍ଡ ରେ ହରିଜନ ଭୋଟର ଙ୍କ ସଂଖ୍ୟା ୧୨୦୦ ରୁ ଅଧିକ ମତଦାନ ହୋଇଛି । ଉଭୟ ଦଳ ଙ୍କ ମଧ୍ୟରେ ଏହି ୩ଟି ୱାର୍ଡ ରେ ତକକର ହୋଇଛି ।

ଏଥର କାଶୀନଗର ରେ ଜାତିଆଣ ଭୋଟ ହୋଇଛି ୪, ୫, ୬ ରେ ଗୋଟିଏ ଜାତିର ଭୋଟର ପ୍ରାୟ ୧୯୦୦ ଭୋଟର୍ ରହିଛନ୍ତି । ୱାର୍ଡ ୭, ୮, ରେ ବ୍ରାହ୍ମଣ, ପନ୍ଦରା ଓ ଅନ୍ୟାନ୍ୟ ଜାତି ର ଭୋଟର ୧୩୫୦ ଭୋଟର୍ ରହିଛନ୍ତି । ୯, ୧୦, ୧୧, ୧୨, ୧୩ ରେ ଗୋଟିଏ ଜାତିର ଭୋଟର ଅତ୍ୟଧିକ ରହିଛନ୍ତି ।

ଏହାରି ଭିତରେ ଅନି ଜାତିର ପ୍ରାୟ ୨୫୦ ଭୋଟର୍ ରହିଛନ୍ତି । ଯାହାଫଳରେ ଜାତିଆଣ ଭିତ୍ତି ରେ ଯଦି ମତଦାନ ହୋଇଥିବ, ତାହାହେଲେ ଅନ୍ୟାନ୍ୟ ଜାତି ର ଭୋଟର୍ ଏଠାରେ ପୌର ଅଧ୍ୟକ୍ଷ ନିର୍ବାଚନ ରେ ନିର୍ଣ୍ଣାୟକ ହେବ କାଲି ୧୧ ଟା ସୁଦ୍ଧା ଫଳାଫଳ ବାହାରିଯିବା ସମ୍ଭାବନା ଅଛି । ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ତାର ବୁଥ ଫେରନ୍ତା ଭୋଟର୍ କୁ ନେଇ ପୂର୍ବାନୁମାନ ଲଗାଇଛି ଓ ଏକ୍ସିଟ ପୋଲ ମଧ୍ୟ କରିଛି ।

ଏହା ଯଦି ସତ୍ୟ ହୁଏ ତାହାହେଲେ ଯିଏ ଜିତିଲେ ବି ଅତି କମ ଭୋଟ ବ୍ୟବଧାନ ରେ ଜିଟିବେ । ଏଣୁ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ସମ୍ଭାବନା ରହିଛି । ଅନ୍ୟ ୱାର୍ଡ ଗୁଡ଼ିକ ୩୫୦୦ ରୁ ଅଧିକ ଭୋଟ ହୋଇଛି । ଯଦି ଏକ ପାଖିଆ ଭୋଟ ହେବ ତାହାହେଲେ ବିଜେଡ଼ି ର ପଲା ଭାରି ଥିବା ଦଳ ଦାବୀ କରିଛି ଏବଂ ବିଜେଡ଼ି ପୌର ଅଧ୍ୟକ୍ଷା ପଦ ହାତେଇବ ବୋଲି କହୁଛି ।

ବିଜେପି ମଧ୍ୟ ୧, ୨, ୩ ୱାର୍ଡ ରୁ ୪୦୦ ଖଣ୍ଡେ ଭୋଟ ହାତେଇବ ବୋଲି କହୁଛି ଅନ୍ୟାନ୍ୟ ୱାର୍ଡ ରୁ ୫୦୦ ଭୋଟ ମଧ୍ୟ ଆଶା କରିଛି ସେମିତି ଗଣନା କଲେ ବିଜେପି ପାଖା ପାଖି ୩୦୦୦ ଭୋଟ ହାତେଇବ । ଏଥର କୌଣସି ଭୋଟ ନାକଚ ହେବା ସମ୍ଭାବନା ନାହିଁ । ଯଦି ନାଟ ଭୋଟ ଅତି କମ ହୋଇପାରେ । ଏଣୁ କାଲି ଗଣନା ପରେ ସବୁ ଜଣାପଡ଼ିବ ।