ଝସକେତନ ବଘାରଙ୍କ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ଶପଥ ଗ୍ରହଣ

0
176
ଝସକେତନ ବଘାରଙ୍କ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୨୫/୩) : ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦଵୀ ନିମନ୍ତେ ନିର୍ବାଚନ ସ୍ଥାନୀୟ ଜିଲ୍ଲା ପରିଷଦ ସଭା କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ତଥା ପ୍ରାଧିକୃତ ନିର୍ବାଚନ ଅଧିକାରୀ ସୂର୍ଯ୍ୟନାରାୟଣ ଦାଶ ଓ ପ୍ର.ସେ. (ଏସ୍.ଏ.ଜି) ଙ୍କ ଅଧ୍ୟକ୍ଷତାରେ ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହୋଇଥିଲା l ଝସକେତନ ବଘାରଙ୍କ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ଶପଥ ଗ୍ରହଣ l

ବୈଠକ ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାଶ ବୈଠକରେ ଉପସ୍ଥିତ ଜିଲ୍ଲା ପରିଷଦ ସଭ୍ୟ /ସଭ୍ୟା ଙ୍କୁ ସ୍ୱାଗତ ଜଣାଇଥିଲେ l ପରେ ପରେ ଓଡିଶା ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ଜିଲ୍ଲା ପରିଷଦ ର ଉପାଧ୍ୟକ୍ଷ ନିର୍ବାଚନ, ପ୍ରାଧିକୃତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଦାଶ ଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା l ନିଦ୍ଧାରିତ ସମୟାନୁସାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନିମନ୍ତେ ମନୋୟନ ପତ୍ରର ପ୍ରଦାନ ଏବଂ ତାର ଉପସ୍ଥାପନା, ମନୋୟନ ପତ୍ର ଯାଚ/ତନଖୀ, ପ୍ରଭୁତି ଅନୁଷ୍ଠିତ ହୋଇଥିଲା l ଜିଲ୍ଲାପରିଷଦ ଉପାଧ୍ୟକ୍ଷ ନିର୍ବାଚନ ନିମନ୍ତେ ମନୋୟନ ପତ୍ର ଉପସ୍ଥାପନ ର ନିର୍ଦ୍ଧାରିତ ସମୟରେ କେବଳ ଝସକେତନ ବଘାରଙ୍କ ମନୋନୟନ ପତ୍ର ନିର୍ବାଚନ ଅଧିକାରୀଙ୍କ ଠାରେ ଉପସ୍ଥାପନା କରାଯାଇଥିଲା l

ନିର୍ଦ୍ଧାରୀତ ସମୟ ମଧ୍ୟରେ ମନୋୟନ ପତ୍ର ତନଖି କରାଯାଇ ଠିକ ଥିବାରୁ ଝସକେତନ ବଘାର ଙ୍କ ସପକ୍ଷରେ ପ୍ରଦତ୍ବ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦବୀ ନିମନ୍ତେ ମନୋୟନ ପତ୍ରକୁ ନିର୍ବାଚନ ଅଧିକାରୀ କାଏମ ରଖୁଥିଲେ । ପ୍ରାର୍ଥୀତ୍ବ ପ୍ରତ୍ୟାହାର ସମୟ ଅତିକ୍ରାନ୍ତ ହେବାପରେ ଯେହେତୁ ଝସକେତନ ବଘାର ଙ୍କ ଦ୍ବାରା ପ୍ରଦତ୍ତ ପ୍ରାର୍ଥୀ ପତ୍ର ପ୍ରତ୍ୟାହୃତ ହୋଇନାହିଁ, ଏଣୁ ଝସକେତନ ବଘାର, ସୁବର୍ଣ୍ଣପୁର-୦୨ ଉଲୁଣ୍ଡା-0୨ ନିର୍ବାଚନ ମଣ୍ଡଳୀ ର ଜିଲ୍ଲା ପରିଷଦ ସଭ୍ୟ ଙ୍କୁ ପ୍ରାଧିକୃତ ନିର୍ବାଚନ ଅଧିକାରୀ, ଓଡିଶା ଜିଲ୍ଲା ପରିଷଦ ନିର୍ବାଚନ ନିୟମ ୧୯୯୪ ବ୍ୟବସ୍ଥାନୁସାରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଭାବରେ ନିର୍ବିରୋଧ ନିର୍ବାଚିତ ଘୋଷଣା କରିଥିଲେ ।

ଉପାଧ୍ୟକ୍ଷ ଙ୍କ ନାମ ଘୋଷଣା ହେଲା ପରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ନରୱଣେ ନୂତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ଶ୍ରୀ ବଘାର ଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଶୁଭେଚ୍ଛା ଜଣାଇବା ସହିତ ଶପଥ ପାଠ କରାଇ ଥିଲେ l ଆଜିର ବୈଠକ କୁ ଅମୁଲ୍ୟ କୁମାର ନନ୍ଦ, ଜିଲ୍ଲା ପଞ୍ଚାୟତ ଅଧିକାରୀ ସଂଯୋଜନା କରିଥିଲେ l

ନିର୍ବାଚନ ସମୟରେ ତହସିଲଦାର ସୋନପୁର ନବୀନ କିଶୋର ପାଢ଼ୀ ଉପସ୍ଥିତ ଥିଲେ l ଆଜିର ଏହି ଜିଲ୍ଳା ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ଙ୍କ ସମେତ ଜିଲ୍ଲାପରିଷଦ ସଦସ୍ୟ /ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ଜିଲ୍ଲା ପଂଚାୟତ ଅଧିକାରୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।