କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧନା ଓ ଶୋଭାଯାତ୍ରା

0
190
କୋରାପୁଟ ଜିଲ୍ଲା ପରିଷଦ

ରିପୋର୍ଟ : ରବି ଶଙ୍କର ମହାପାତ୍ର //
ବୋରିଗୁମ୍ମା, (୨୭/୦୩) : କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବରେ ବିଜୟ ଲାଭ କରିଥିବା ସୁଶ୍ରୀ ସସ୍ମିତା ମେଲକାଙ୍କୁ ଆଜି ବୋରିଗୁମ୍ମା ବିଜୁ ଜନତା ଦଳ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ଜଣାପଡିଛି ।

ବୋରିଗୁମ୍ମା ସ୍ଥିତ ଦୋରା କଲ୍ୟାଣ ମଣ୍ଡପ ଠାରେ ଏକତ୍ରିତ ହୋଇ ଆଜି ମଧ୍ୟାହ୍ନରେ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଙ୍କୁ ଏକ ଶୋଭାଯାତ୍ରାରେ ବୋରିଗୁମ୍ମା ସହର ପରିକ୍ରମା କରିଥିବା ଦେଖାଯାଇଥିଲା । ଏହି ସମ୍ବର୍ଦ୍ଧନା ଓ ଶୋଭାଯାତ୍ରା ସମାରୋହ ରେ ବୋରିଗୁମ୍ମା ୨ ନମ୍ବର ଜିଲ୍ଲା ପରିଷଦ ଜୋନ୍ ସଭ୍ୟା ଶ୍ରୀମତି ମଞ୍ଜୁଳା ଘାସି, ୧ ନମ୍ବର ଜୋନ୍ ସଭ୍ୟ ଶ୍ରୀ ପ୍ରସାଦ ବିଡିକା, ସମିତି ସଭ୍ୟା ସୁଶ୍ରୀ ପ୍ରିୟଙ୍କା ରଥ, ସାଂସଦ ପ୍ରତିନିଧି କେଶବ ପଣ୍ଡା, ମନ୍ତ୍ରୀ ପ୍ରତିନିଧି ନରେନ୍ଦ୍ର ବିଶୋଇ, ବିଜେଡି ବ୍ଲକ ଅଧ୍ୟକ୍ଷ ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗ ଦାନ କରିଥିବା ଜଣାପଡିଛି ।