ଭାରତ ବନ୍ଦ ଡାକରା : କାଶୀନଗର ପ୍ରଭାବ ଶୂନ୍ୟ

0
218
ଭାରତ ବନ୍ଦ ଡାକରା

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୮/୦୩) : ବିଭିନ୍ନ ଟ୍ରେଡ୍ ୟୁନିୟୁନ ର ଡାକରା ରେ ଦୁଇଦିନ ଭାରତ ବନ୍ଦ ଡାକରା ଗଜପତି ଜିଲ୍ଲା ର କାଶୀନଗର ଅଞ୍ଚଳ ରେ ପ୍ରଭାବ ଶୂନ୍ୟ ହୋଇଥିବା ଦେଖିବାକୁ ମିଳିଛି ।

ଦେଶ ର ବିଭିନ୍ନ ରାଜ୍ୟ ରେ ଏହି ଭାରତ ବନ୍ଦ ଡାକରା ର ପ୍ରଭାବ ଦେଖିବାକୁ ମିଳିଛି । ପଡୋଶୀ ଗୁଣୁପୁର ରେ ଅଖ ଚକ୍ ବନ୍ଦ ରହିଥିଲା ।କୌଣସି ଯାତ୍ରୀବାହୀ ବସ ଚାଲି ନାହିଁ । ଯାତ୍ରୀ ମାନେ ହନ୍ତ ସନ୍ତ୍ ହୋଇଥିଲେ । କାଶୀନଗର ସହର ରେ ଦୋକାନ ବଜାର ବନ୍ଦ ହୋଇନାହିଁ । ସାଧାରଣ ଜନ ଜୀବନ ପ୍ରଭାବିତ ହୋଇନାହିଁ । ଯଥାରୀତି ରେ ଲୋକେ ନିଜର ସଉଦା ଇତ୍ୟାଦି କ୍ରୟ କରିଛନ୍ତି । ସ୍କୁଲ ଗୁଡ଼ିକ ବନ୍ଦ ହୋଇ ନାହିଁ । ଏଣୁ କାଶୀନଗର ସହର ରେ ବନ୍ଦ ଡାକରା ପ୍ରଭାବ ଶୂନ୍ୟ ଥିଲା ।