ପୋଲିସ ଏ ଏସ ଆଇ ବେଣୁ ଗୋପାଳ ଏସ.ପି ଙ୍କ ଦ୍ଵାରା ସମ୍ମାନିତ

0
259
ପୋଲିସ ଏ ଏସ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୨/୦୪) : ଗତକାଲି ୮୭ ତମ ପୋଲିସ ଦିବସ ଗଜପତି ପୋଲିସ ପାଳନ କରିଛି । କାଶୀନଗର ଥାନା ର ପୋଲିସ ଏ ଏସ ଆଇ ଜେ. ବେଣୁ ଗୋପାଳ ତାଙ୍କ ର କୃତିତ୍ୱ ପାଇଁ ଗଜପତି ଜିଲ୍ଲାରେ ଶ୍ରେଷ୍ଠ ଏ ଏସଆଇ ଭାବେ ଗଜପତି ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥୀଙ୍କ ଦ୍ଵାରା ସମ୍ମାନିତ ହୋଇ ମାନପତ୍ର ପାଇଛନ୍ତି ।

ପୋଲିସ ଏ ଏସ ଆଇ ବେଣୁ ଗୋପାଳ କାଶୀନଗର ଅଞ୍ଚଳ ରେ ଭଲ କାର୍ଯ୍ୟ କରି ଜନ ସାଧାରଣ ନି ପାଖରେ ଏକ ସୋଚଟ ଅଫିସର ଭାବେ କାର୍ଯ୍ୟ ତୁଲାଇ ଆସୁଛନ୍ତି । ଏହି ଅବସର ରେ କାଶୀନଗର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ , ଏସଆଇ ରତ୍ନ ନିଧି ପାତ୍ର ଓ ଥାନା ର ସମସ୍ତ କର୍ମଚାରୀ ତାଙ୍କୁ ଏସପି ଙ୍କ ଦ୍ଵାରା ସମ୍ମାନିତ ହୋଇଥିବାରୁ ଶୁଭେଚ୍ଛା ଜଣାଇ ଛନ୍ତି ।