ରେଳ ଧାରଣାରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

0
137
ରେଳ ଧାରଣାରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୧୪/୦୪) : ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଞ୍ଚଳ ରେଳ ଧାରଣାରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ । ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରି ନାହିଁ ।

ମୃତକଙ୍କ ପରିଚୟ ମିଳି ନଥିବା ବେଳେ ରେଳ ଧାରଣାରୁ ମୃତଦେହ ନିକଟରେ ଗୋଟିଏ ହେଲ୍‌ମେଟ୍‌ ଓ ବାଇକ୍‌ ପଡିଥିବାର ଦେଖିବାକୁ ମିଳିଛି । ସେପଟେ ଘଟଣା ସଂପର୍କରେ ଖବର ପାଇ ଜିଆରପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ କ’ଣ ପାଇଁ ଉଭୟ ଆତ୍ମହତ୍ୟା କଲେ, ନା ତା ପଛରେ ଆଉ କ’ଣ କାରଣ । ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି । ସେପଟେ ଘଟଣା ସଂପର୍କରେ ଖବର ପାଇ ଜିଆରପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।