ତହସିଲ କର୍ମଚାରୀଙ୍କୁ ଜମି ଚିହ୍ନଟ ବେଳେ ଆକ୍ରମଣ : ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ

0
160
ତହସିଲ କର୍ମଚାରୀଙ୍କୁ

ରିପୋର୍ଟ : ନରତ୍ତମ ପାଢୀ
ରାୟଗଡା, (୧୫/୦୪) : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଆମ୍ବଦଳ ଅଞ୍ଚଳ ରେ ଦିନକୁ ଦିନ ସମାଜରେ ଅସାମାଜିକ କାର୍ଯ୍ୟକଳାପ ବଢି ଚାଲୁଥିବା ବେଳେ ପୋଲିସ ପ୍ରଶାସନ ର ଉପସ୍ଥିତିରେ ବି ଲୋକେ ତହସିଲ କର୍ମଚାରୀଙ୍କୁ ଆକ୍ରମଣ କରି ଅସାମାଜିକ ତତ୍ୱ ବଢ଼େଇ ଚାଲିଥିବାରୁ ପୋଲିସ କୁ ଆହୁରି ସଶକ୍ତ ହେବା ଜରୁରୀ ହେବାକୁ ବାଧ୍ୟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ।WhatsApp Image 2022 04 16 at 11.55.55 AM ତହସିଲ କର୍ମଚାରୀଙ୍କୁ ଜମି ଚିହ୍ନଟ ବେଳେ ଆକ୍ରମଣ : ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ

ଗତ କିଛି ମାସ ତଳେ ମୁନିଗୁଡା ତହସିଲ ର ପାଇକ ମାଦକୁଲା ରେ ଥିବା ଖାତା ନମ୍ବର ୬୭/୧୫୬ ଓ ୨୩/୫୮ ଓ ୨୩/୨୩ ର ୧୫ ଏକର ୬୯ ଡେସିମିଲ କୁ ଜବରଦଖଲ ରେ ନେଇ ବିରଞ୍ଚି ନାରାୟଣ ଦେଓ ରାଜୁତି କରୁଥିଲେ କିନ୍ତୁ ଉକ୍ତ ଜମିଟି ହରିଚନ୍ଦ୍ର ଗୌଡ଼ ଙ୍କ ନାମରେ ପଟ୍ଟା ରହିଥିବା ବେଳେ ମୁନିଗୁଡା ତହସିଲଦାର ଙ୍କ ନିର୍ଦ୍ଦେଶରେ ତହସିଲ କର୍ମଚାରୀଙ୍କୁ ଓ ପୋଲିସ ଙ୍କ ଉପସ୍ଥିତି ରେ ଜମି ଚିହ୍ନଟ ପାଇଁ ଦିନ ଧାର୍ଯ୍ୟ କରାଯାଇ ଉକ୍ତ ସ୍ଥାନ ରେ ପହଞ୍ଚି ଉକ୍ତ ବିବାଦ ର ସ୍ଥାୟୀ ସମାଧାନ ପାଇଁ ଯାଇଥିଲେ ।

କିନ୍ତୁ ଜବରଦଖଲ ରେ ରହିଥିବା ବିରଞ୍ଚି ଦେଓ ଓ ତାଙ୍କ ସ୍ତ୍ରୀ ସଂଧ୍ୟାରାଣୀ ଦେଓ ସମେତ ତାଙ୍କ ପରିବାର ର କିଛି ମହିଳା ସ୍ଥାନୀୟ ଭୀମପୁର ଆର ଆଇ ରାମଦାସ ପେଦେଣ୍ଟି ଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ତାଙ୍କ ଠାରୁ ଜରୁରୀକାଳୀନ ଦସ୍ତାବୀଜ ସହିତ ବ୍ୟାଗ ଟାଣି ଘୋଷାରି ନେଇଯାଇଛନ୍ତି ।

ଏ ସଂକ୍ରାନ୍ତରେ ମୁନିଗୁଡା ତହସିଲଦାର ଶ୍ରୀ ଦେବାଶିଷ ଗୌଡ଼ ଙ୍କ ନିର୍ଦ୍ଦେଶ ରେ ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ରେ ଏକ ଲିଖିତ ଅଭିଯୋଗ କ୍ରମେ ଅମ୍ବାଦଳା ପୋଲିସ ଏକ ମାମଲା ରୁଜୁ କରି କେସ ନମ୍ୱର – ୫୭/ ୨୨ ରେ ips act ୧୪୩, ୧୪୭, ୨୯୪, ୩୨୩, ୩୪୧, ୩୩୨, ୩୭୯, ୫୦୯, ୧୪୯, ୩ (i) rs ରେ ଘଟଣା ର ତଦନ୍ତ କରୁଛି ।

ଉକ୍ତ ଘଟଣା ରେ ଭୀମପୁର R I ନିଜ ଜୀବନ ବିପଦ ଥିବା ଜଣେଇ ଏଭଳି ଅସାମାଜିକ ବ୍ୟକ୍ତି ଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଛନ୍ତି । ତେବେ ଆଇନ ଉପରେ ଆସ୍ଥା ରଖିଥିବା ବ୍ୟକ୍ତି ଙ୍କ ସପକ୍ଷ ରେ କିଭଳି କାର୍ଯ୍ୟପନ୍ଥା ଗ୍ରହଣ କରିବେ ତାହା ସମୟ କହିବ । ଏଇଠି ପ୍ରଶ୍ନ ଉଠୁଛି ପ୍ରଶାସନିକ ଅଧିକାରୀ ଙ୍କୁ ଯଦି ନିଜ ନିଜ କାର୍ଯ୍ୟ କରିବାରେ ବାଧା ସୃଷ୍ଟି କରାଯାଉଛି ତେବେ ସମାଧାନ ର ଦିଗ କିଭଳି ମିଳିବ ?