ଫ୍ରି ଫାୟାର ଖେଳକୁ ନେଇ ହତ୍ୟା : ୨ ଅଟକ

0
210
ଫ୍ରି ଫାୟାର

ରିପୋର୍ଟ : ଶିବ ବିଶୋଇ //
ଲମତାପୁଟ, କୋରାପୁଟ (୧୬/୦୪) : କୋରାପୁଟ ଟାଉନ ଥାନା ଅନ୍ତର୍ଗତ ମସିପୁଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଫ୍ରି ଫାୟାର ଖେଳ କୁ ନେଇ ଜଣେ ନାବାଳକ କୁ ହତ୍ୟା କରିଛନ୍ତି ଦୁଇ ଜଣ ଶାବାଳକ ଏ ନେଇ ମସ୍ତିପୁଟ ଗ୍ରାମରେ ଚାଞ୍ଚଲ୍ୟ ଖେଳିଯାଇଛି ।WhatsApp Image 2022 04 16 at 12.01.50 PM ଫ୍ରି ଫାୟାର ଖେଳକୁ ନେଇ ହତ୍ୟା : ୨ ଅଟକ

ଘଟଣା ସ୍ଥଳରେ କୋରାପୁଟ ଟାଉନ ପୋଲିସ ଓ ସାଇଟିଫିକ ଟିମ ପହଞ୍ଚି ଶବକୁ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି । କୋରାପୁଟ ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ ଙ୍କ କହିବା ଅନୁଯାୟୀ ୩ ଜଣ ମିଶି ବିଦ୍ୟାଳୟ ନିକଟରେ ଫ୍ରି ଫାୟାର ଖେଳୁଥିଲେ । ଲୁଲୁ ଭୋଇ ବୟସ ୧୨ ଖେଳରେ ହାରିଯାଇଥିଲେ ।

ଅନ୍ୟ ପଟେ ସେଇ ପାଖରେ ଉପସ୍ଥିତ ଥିବା ଲୁଲୁ ମାଳି ବୟସ ୧୯ ଓ ତାଙ୍କ ସାଙ୍ଗ ଫ୍ରି ଫାୟାର ଖେଳିବା ପାଇଁ ମୋବାଇଲ ମାଗିଥିଲେ । ମୋବାଇଲ କୁ ନେଇ ୩ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ଉଗ୍ରରୂପ ନେବାରୁ ଲୁଲୁ ମାଳି ଓ ତାଙ୍କ ସାଙ୍ଗ ଏକ ପଥର ରେ ଲୁଲୁ ଭୋଇ ଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ରେ ଲୁଲୁ ଭୋଇ ଅଚେତ ହୋଇଯାଇଥିଲେ । କାଳେ ମରିଯାଇଥିବା ଭାବି ଘୋଷାଡ଼ି ଘୋଷାଡ଼ି ନିକଟସ୍ଥ ନଦୀରେ ଫିଙ୍ଗି ଦେଇଥିଲେ ।

ଆଜି ବହୁ ଖୋଜା ଖୋଜି ପରେ ତାଙ୍କ ଶବ ନିକଟସ୍ଥ ନଦୀ କୂଳରେ ଭାସୁଥିବା ଦେଖି ମୃତକଙ୍କ ମାଁ କୋରାପୁଟ ଟାଉନ ପୋଲିସ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ କୋରାପୁଟ ଟାଉନ ପୋଲିସ ପହଞ୍ଚି ୨ ଜଣଙ୍କୁ ଅଟକ ରଖିବା ସହିତ ଅଧିକ ତଦନ୍ତ କରୁଛି ବୋଲି ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।