ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ରାୟଗଡା ଶାଖା ପକ୍ଷରୁ ମୁଦ୍ରା ମେଳା ଏବଂ ସଚେତନତା କାର୍ଯ୍ୟକ୍ରମ

0
288
ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, (୧୭/୦୩) : ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଆନୁକୁଲ୍ୟରେ ଆଜି ତା ମାର୍ଚ୍ଚ ୧୭.୦୩.୨୦୨୨ ରେ ରାୟଗଡା ଶାଖା ପ୍ରାଙ୍ଗଣରେ ମୁଦ୍ରା ମେଳା ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇ ଯାଇଛି ।

ବହୁ ସଂଖ୍ୟା ରେ ବ୍ୟବସାୟୀ, ଦୋକାନୀ ଓ ସାଧାରଣ ଲୋକେ ଏହି ମେଳାରେ ଯୋଗ ଦେଇଥିଲେ । ମୁଦ୍ରା ମେଳାରେ ନୋଟ୍ ବଦଳରେ ମୁଦ୍ରା ବିନିମୟର ସୁବିଧା ରହିବା ସହ ଚିରାଫଟା ଏବଂ ମଈଳା ହୋଇଯାଇଥିବା ନୋଟ୍‌କୁ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ର ନିର୍ଦ୍ଦେଶନାମା ଆଧାରରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ରାୟଗଡା ଶାଖା ପକ୍ଷରୁ ବିନିମୟ କରାଯାଇଥିଲା ।89689fc9 c532 4778 a02d 21b5def9623a ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ରାୟଗଡା ଶାଖା ପକ୍ଷରୁ ମୁଦ୍ରା ମେଳା ଏବଂ ସଚେତନତା କାର୍ଯ୍ୟକ୍ରମ

ଏହି ଅବସରରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଭୁବେନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ର ଜେନେରାଲ ମ୍ୟାନେଜର ଶ୍ରୀ କେଶବ କର୍କରା ଅବଗତ କରାଇଥିଲେ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ମୁଦ୍ରା ଗୁଡିକୁ ପ୍ରଚଳନ କରିଥାଏ । ଏହି ମୁଦ୍ରା ଗୁଡିକର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ରହିଛି ।

ଲୋକମାନଙ୍କର ଦୈନନ୍ଦିନ କାରବାରର ଆବଶ୍ୟକତାର ପୂରଣ ପାଇଁ ନୂଆ ନୂଆ ମୂଲ୍ୟର ମୁଦ୍ରାର ପ୍ରଚଳନ ସହ ବିଭିନ୍ନ ସମୟରେ ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ବିଶେଷତ୍ୱକୁ ନେଇ ମୁଦ୍ରା ପ୍ରସ୍ତୁତ ହୋଇଥାଏ । ମୁଦ୍ରାଗୁଡିକର ବ୍ୟବହାର ଅଧିକ ସମୟ ଧରି ହେଉଥିବାରୁ ଭିନ୍ନ ଭିନ୍ନ ଡିଜାଇନ ଏବଂ ଆକୃତିର ମୁଦ୍ରା ଏକା ସମୟରେ ପ୍ରଚଳିତ ହୋଇଥାଏ । ବର୍ତ୍ତମାନ ବଜାରରେ ବିଭିନ୍ନ ଥିମ, ଆକୃତି ଏବଂ ଡିଜାଇନରେ ୫୦ ପଇସା, ୧, ୨, ୫, ୧୦, ୨୦ ଟଙ୍କା ମୂଲ୍ୟର ମୁଦ୍ରା ପ୍ରଚଳିତ ଅଛି ।

ଓଡ଼ିଶାର କିଛି ଅଞ୍ଚଳରେ ଦଶଟଙ୍କିଆ ଆଉ ଛୋଟ ଆକାରର ଏକ ଟଙ୍କିଆ ମୁଦ୍ରାଗୁଡିକର ବୈଧତା କୁ ନେଇ କିଛି ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେବା ଏବଂ ଏପରି ମୁଦ୍ରା କୁ ଗ୍ରହଣ କରିବାକୁ କିଛି ବ୍ୟବସାୟୀ ଏବଂ ଦୋକାନୀ ଅନିଚ୍ଛା ପ୍ରକାଶ କରୁଥିବାର ଖବର ସାମ୍ନାକୁ ଆସୁଥିବାରୁ ଏ ବିଷୟରେ ଚିନ୍ତା ପ୍ରକଟ କରି ଶ୍ରୀ କର୍କରା ବ୍ୟାପାରୀ, ଦୋକାନୀ ଓ ସାଧାରଣ ଲୋକଙ୍କୁ ଏଭଳି ଗୁଜବ ଉପରେ ବିଶ୍ବାସ ନକରିବା ଏବଂ ବିଭିନ୍ନ ମୂଲ୍ୟର ମୁଦ୍ରା ଗ୍ରହଣ କରିବାରେ କୌଣସି ପ୍ରକାର ଦ୍ଵନ୍ଦ କିମ୍ବା ଅଗ୍ରାହ୍ୟ ପ୍ରକାଶ ନକରି ସ୍ଵାଭାବିକ ଭାବେ ମୁଦ୍ରା ନେଣଦେଣ ଜାରି ରଖିବା ପାଇଁ ନିବେଦନ କରିଛନ୍ତି । ଯଦ୍ଵାରା ଆର୍ଥିକ ନେଣ ଦେଣ ସମୟରେ ବିନା ଦ୍ୱିଧାରେ ଏହି ମୁଦ୍ରାଗୁଡ଼ିକ ପ୍ରଚଳନ ହୋବା ସହିତ ମୁଦ୍ରାଗୁଡ଼ିକର ମୁକ୍ତ ପ୍ରଚଳନ ହୋଇ ପାରିବ ।

ଏଥି ସହ ବ୍ୟାଙ୍କଗୁଡିକୁ ବିନିମୟ ସମୟରେ ମୁଦ୍ରାଗୁଡିକୁ ଗ୍ରହଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଧ୍ୟ ପରାମର୍ଶ ଦିଆଯାଇଛି ବୋଲି ଅବଗତ କରାଇଥିଲେ । ଏହି ମୁଦ୍ରାମେଳା ଅବସରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ର ସହାୟକ ମହାପ୍ରବନ୍ଧକ ଶ୍ରୀ ଆଲୋକ ରଞ୍ଜନ ରଣରାହୁ, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ର କ୍ଷେତ୍ରୀୟ ପ୍ରରିଚାଳକ ଶ୍ରୀ ଶଶାଙ୍କ ଶେଖର ନାୟକ ଓ ରାୟଗଡା ଶାଖାର ମୁଖ୍ୟ ପରିଚାଳକ ଶ୍ରୀ ସରୋଜ କାନ୍ତ ବେହେରା ମାନେ ଯୋଗ ଦେଇ ଉଦବୋଧନ ଦେଇଥିଲେ ।