କଲ୍ୟାଣ୍ସିଂପୁର ରେ ବ୍ଲକ ସ୍ତରୀୟ ମାଗଣା ସ୍ୱାସ୍ଥ୍ୟମେଳା

0
685
କଲ୍ୟାଣ୍ସିଂପୁର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୨୨/୪) : ରାୟଗଡା ଜିଲ୍ଲା କଲ୍ୟାଣ୍ସିଂପୁର ବ୍ଲକ ପୁରୁଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ବ୍ଲକ ସ୍ତରୀୟ ମାଗଣା ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଛି । ଏଥିରେ ଭାରପ୍ରାପ୍ତ ଡାକ୍ତର ଚିନ୍ମୟ ଲିମା ଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଲକ ଅଧକ୍ଷା ଅମ୍ବ୍ରିତା କାଡ୍ରାକା ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ମେଳାକୁ ଉଦଘାଟନ କରିଛନ୍ତି ।48b35434 6975 41ea bf98 2c44a842f157 କଲ୍ୟାଣ୍ସିଂପୁର ରେ ବ୍ଲକ ସ୍ତରୀୟ ମାଗଣା ସ୍ୱାସ୍ଥ୍ୟମେଳା

କଲ୍ୟାଣ୍ସିଂପୁର ର ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ର ସ୍ୱତନ୍ତ୍ର ଅଧିକାରୀ ସଲମନ ରାଇକା, ସରପଞ୍ଚ ଗୌତମ ବାର୍ଲି, ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ବ୍ଲକ ପ୍ରକଳ୍ପ ପରିଚାଳକ କଳ୍ପତରୁ ବେହେରା, ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ବି. ଏଲ. ଏନ. ରାଜୁ, ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ନଳିନୀ ବୈରାଗୀ ମଞ୍ଚାସୀନ ରହିଥିଲେ । ବ୍ଲକ ର ୧୪ଟି ପଞ୍ଚାୟତରୁ ରୋଗୀ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଜଣାପଡ଼ିଛି । ସ୍ୱାସ୍ଥ୍ୟ ମେଳାରେ ୫୧୮ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଔଷଧ ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ଗାଁ ଗହଳି ର ଲୋକେ ସଚେତନ ହେବା ସହ ଏକ ସୁସ୍ଥ ଜୀବନ ଯାପନ କରିପାରିବେ ବୋଲି ଅତିଥିମାନେ ମତ ଦେଇଥିଲେ ।931147cf 9455 4021 a632 e587ce4c6625 କଲ୍ୟାଣ୍ସିଂପୁର ରେ ବ୍ଲକ ସ୍ତରୀୟ ମାଗଣା ସ୍ୱାସ୍ଥ୍ୟମେଳା

ଔଷଧ, ଚକ୍ଷୁ, ଆୟୁଷ, ସ୍ତ୍ରୀ ବିଶେଷଜ୍ଞ,ଦାନ୍ତ, ମାନସିକବିକୃତ, ସାଧାରଣ ରୋଗୀ ପରୀକ୍ଷା ଡାକ୍ତର ଉପସ୍ଥିତ ରହି ରୋଗୀ ଚିକିତ୍ସା କରିଥିଲେ । ସ୍ବୟଂ ସହାୟକ ଗୋଷ୍ଠି, ସମନ୍ୱିତ ଶିଶୁ ବିକାଶ ଯୋଜନା, ମିଶନ ଶକ୍ତି, ସ୍ୱଚ୍ଛଭାରତ, ଯୋଗଶିକ୍ଷା, କୋଭିଡ ସେଣ୍ଟର ସମେତ ମୋଟ ୧୩ଟି ଷ୍ଟଲ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ବିପିଏମ କୈଳାସ ନାୟକ, ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ମାଝୀ, ମହିଳା ପରିଦର୍ଶିକା ପ୍ରେମାଲତା ପାଣିଗ୍ରାହୀ, ସମସ୍ତ ଆଶା, ଅଙ୍ଗନବାଡି କର୍ମୀ, ମହିଳା ଓ ପୁରୁଷ ସ୍ଵାସ୍ଥ୍ୟକର୍ମୀ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।