ନାବାଳିକାକୁ ବଳପ୍ରୟୋଗ ପୂର୍ବକ ଧର୍ଷଣ ଅଭିଯୋଗରେ ୨୦ ବର୍ଷ ଜେଲଦଣ୍ଡ

0
175
ନାବାଳିକାକୁ

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର, ତା(୨୨/୦୪) : ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଳକ ଫଲସାପଦର ଗ୍ରାମର ଶିବରାଜ ରାଉତ ନାମକ ଜଣେ ଯୁବକ ଗତ ୫ ବର୍ଷ ତଳେ ସେହି ଗ୍ରାମର ୧୬ ବର୍ଷ ର ଜନୈକା ନାବାଳିକାକୁ ବଳପୂର୍ବକ ଧର୍ଷଣ କରିଥିଲା । ଏହି ଘଟଣା କାହାକୁ କହିଲେ ନାବାଳିକାଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲା ଅଭିଯୁକ୍ତ ।

ଲୋକଲଜ୍ଜା ଭୟରେ ନାବାଳିକା ଜଣକ ଘଟଣା ପ୍ରଘଟ କରି ନ ଥିବା ବେଳେ କିଛି ଦିନ ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲା । ନାବାଳିକାର ପରିବାର ଏହି କଥା ଜାଣିବା ପରେ ଶିବରାଜ୍ ର ବଡ଼ ଭାଇ ପ୍ରେମରାଜଙ୍କୁ ନିଜ ଭାଇର କାରନାମା ସମ୍ପର୍କରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଶୁଣି ଅଭିଯୁକ୍ତ ର ବଡ ଭାଇ ପ୍ରେମରାଜ ନିଜ ଭାଇର ଦୋଷ ସ୍ବୀକାର କରିବା ବଦଳରେ ‘ତୁମେ ଯାହା କରିବା କଥା କର’ ବୋଲି କହିବା ପରେ ନାବାଳିକା ର ପରିବାର ଲୋକେ ପୁଇଁତଲା ଥାନାର ଦ୍ୱାରସ୍ଥ ହୋଇଥିଲେ ।

ପୁଇଁତଲା ପୋଲିସ ଧର୍ଷଣ ଅଭିଯୋଗରେ ଶିବରାଜକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲେ । ଉଭୟ ପକ୍ଷର ସାକ୍ଷୀ ଓ ପ୍ରମାଣ କୁ ଆଧାର କରି ବଲାଙ୍ଗିର ସ୍ପେଶାଲ ଜଜ୍ ଫାଷ୍ଟ ଟ୍ରାକ୍ଟ କୋର୍ଟ ଅଭିଯୁକ୍ତ କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜାରିମାନା ଅର୍ଥ ରେ ଦଣ୍ଡିତ କରିଛନ୍ତି ।

ଯଦି ଅଭିଯୁକ୍ତ ଫାଇନ ଅନାଦେୟ ରଖନ୍ତି ତେବେ ଆଉ ଦୁଇ ବର୍ଷ କାରାଦଣ୍ଡ ବଢାଇବାର ଶୁଣାଣୀରେ ଉଲ୍ଲେଖ କରିଛନ୍ତି । ଆଇପିସି ର ଦଫା ୩୭୬(୯).୫୦୬ ଓ POCSO Act ର ଧାରା ୬ ଅନୁସାରେ ମାନ୍ୟବର ସ୍ପେଶାଲ ଜଜ୍ ବିରଞ୍ଚି ନାରାୟଣ ମିଶ୍ର ଗତ ଏପ୍ରିଲ୍ ୨୧ ତାରିଖ ଦିନ ଏହି ରାୟ ପ୍ରଦାନ କରିଥିଲେ । ପୀଡିତାଙ୍କ ପକ୍ଷରୁ ସ୍ଵତନ୍ତ୍ର ସରକାରୀ ଓକିଲ ଜୟରାମ ମିଶ୍ର ମୁକଦ୍ଦମାକୁ ପରିଚାଳନା କରିଥିବା ବେଳେ ଅଭିଯୁକ୍ତଙ୍କ ତରଫରୁ ଆଇନଜୀବୀ ସୁଶାନ୍ତ ବାଗ ମକଦ୍ଦମା ପରିଚାଳନା କରିଥିଲେ ।