ବିପୁଳ ପରିମାଣ ର କପ୍ ସିରଫ ଜବତ

0
161
ବିପୁଳ ପରିମାଣ

ରିପୋର୍ଟ : ମିଲନ ମହାପାତ୍ର
ବରଗଡ, ତା (୨୪/୦୪) : ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ବଡ଼ମାଲ ଗ୍ରାମରୁ ବିପୁଳ ପରିମାଣ ର କପ୍ ସିରଫ ଜବତ ହୋଇଛି ।

ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ବଡ଼ମାଲ ଗ୍ରାମ ର ସୂର୍ଯ୍ୟକାନ୍ତ ସାହୁ, ବୟସ ପାଖାପାଖି ୪୩, ବାପା ଅଭିମନ୍ୟୁ ସାହୁ ଙ୍କ ନିଜ ବାସଭବନରେ ବିପୁଳ ପରିମାଣ ର କପ ସିରଫ ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବରଗଡ ଜିଲ୍ଲାପାଳ ମନିଷା ବାନାର୍ଜୀ ଙ୍କ ନିର୍ଦ୍ଦେଶ ମୁତାବକ ଅଧିକ୍ଷକ ପ୍ରଦୀପ ପଟ୍ଟନାୟକ ଓ ନିରୀକ୍ଷକ ଗୁପ୍ତେଶ୍ୱର ପ୍ରଧାନ ଓ ରଶ୍ମିତା ଲାକ୍ରା ଙ୍କୁ ନେଇ ଏକ ଟିମ ଭଟଲି ଥାନା ଅନ୍ତର୍ଗତ ବଡ଼ମାଲ ଗ୍ରାମ ର ସୂର୍ଯ୍ୟକାନ୍ତ ସାହୁ ଙ୍କ ଘର ଉପରେ ଅତର୍କିତ ଚଢ଼ାଉ କରି ୧୩୯୦ ବୋତଲ କପ୍ ସିରଫ ଜବତ କରିବା ସଙ୍ଗେ ସଙ୍ଗେ ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସାହୁ କୁ ଗିରଫ କରାଯାଇଛି ।

କପ୍ ସିରଫ ଦିନକୁ ଦିନ ବୃଦ୍ଧି ପାଉଥିବା ଓ ଚୋରା ଚାଲାଣ ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଅବକାରୀ କମିଶନର ଆଶିଷ ସିଂ ସମସ୍ତ ଜିଲ୍ଲାର ବରିଷ୍ଠ ଅବକାରୀ ଅଧିକାରୀ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଜବତ କପ ସିରଫ ର ଆନୁମାନିକ ମୁଲ୍ୟ ତିନି ଲକ୍ଷ ଟଙ୍କା ହେବ ବୋଲି ଅଧିକ୍ଷକ ପ୍ରଦୀପ ପଟ୍ଟନାୟକ ଙ୍କ ପକ୍ଷରୁ ସୂଚନା ମିଳିଛି ।

ଆଗରୁ ମଧ୍ୟ ଅଭିଯୁକ୍ତ ଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ରେ ସଂପୃକ୍ତ ଥିବା ନେଇ ବିଭିନ୍ନ ଥାନାରେ ମାମଲା ରୁଜ୍ଜୁ ଥିବା ଜଣାପଡିଛି । ତେବେ ଆଜି ମୁଖ୍ୟ ଅଭିଯୁକ୍ତ କୁ କେଶ ନମ୍ୱର ୨୧ (ବି) ଏନଡିପିଏସ ୧୯୮୫ ଧାରା ରେ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଛି ।

ଏହି ଚଢଉ ରେ ଇନସପେକ୍ଟର ରଶ୍ମିତା ଲାକ୍ରା ଙ୍କ ସହ ଅଶୋକ କୁମାର ପଟେଲ, ଉଷାବତୀ ଗଉଡ, ଯୁବରାଜ ବାଗ, ବୃନ୍ଦାବତୀ ଭୁଏ, ବିନୋଦ ତିର୍କି, ପ୍ରଦିପ ସାହୁ ଙ୍କ ସହ ଅତାବିରା ଅବକାରୀ ମୋବାଇଲ ଟିମ ସହ ୨୨ ଜଣିଆ ଟିମ ଏହି ଚଢଉ ରେ ଯୋଗଦାନ କରିଥିଲେ ଥିଲେ ।