ଇସ୍କନ ପକ୍ଷରୁ ରାୟଗଡାରେ ଭଗବତ ସପ୍ତାହ ପାଳିତ

0
264
ଇସ୍କନ ପକ୍ଷରୁ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୬/୦୪) : ଚଳିତ ମାସ ୨୦ ତାରିଖରୁ ଇସ୍କନ ପକ୍ଷରୁ ରାୟଗଡା ସହରସ୍ଥିତ ଶ୍ରଦ୍ଧା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହୋଇଥିବା ଭଗବତ ସପ୍ତାହ ଆସନ୍ତା କାଲି ଉଜାପୀତ ହେବ ।

ଏହି ସପ୍ତାହକୁ ଅନ୍ତରାଷ୍ଟ୍ରୀୟ କୃଷ୍ଣଭାବନାମୃତ ସଂଘ ତଥା ଇସ୍କନ ପକ୍ଷରୁ ରାୟଗଡା ଏବଂ ଭୁବନେଶ୍ୱର ତତ୍ୱାବଧାନରେ ଆୟୋଜନ କରାଯାଇଛି । ପ୍ରତ୍ୟକ ଦିନ ସନ୍ଧ୍ୟା ୭ ଘଣ୍ଟିକା ଠାରୁ ରାତି ୯ ଘଣ୍ଟିକା ପର୍ଯ୍ୟନ୍ତ ମହାନଗର ସଂକୀର୍ତ୍ତନ, ଶ୍ରୀମଦ ଭଗବତ କଥା ମହଛବ, ତଥା ଅଜାମିଳ ଚରି, ନାମ ମହିମା, ଭଜନ କୀର୍ତ୍ତନ, ପ୍ରବଚନ ଓ ଶେଷରେ ମହାପ୍ରସାଦ ସେବନ ଆୟୋଜନ କରାଯାଇଛି ।

ଅନ୍ତରାଷ୍ଟ୍ରୀୟ କୃଷ୍ଣଭାବନାମୃତ ସଂଘ ର ପ୍ରତିଷ୍ଟାତା ଆଚାର୍ଯ୍ୟ ଶ୍ରୀମଦ ଅଭୟ ଚରଣ, ଭକ୍ତି ବେଦାନ୍ତ ସ୍ଵାମୀ ପ୍ରଭୁପାଦଙ୍କ ସ୍ଥାପିତ ଶ୍ରୀ କୃଷ୍ଣ ବଳରାମ ମନ୍ଦିର ଇସ୍କନ ଭୁବନେଶ୍ୱର ଅନ୍ୟତମ କୃପା ପ୍ରାପ୍ତ ଭଗବତ କଥାକାର ଶ୍ରୀପାଦ ଅକ୍ଷୟହର ଦାସ ବ୍ରହ୍ମଚାରୀ ଦ୍ୱାରା ସାତଦିନ ଧରି ଏହି ଦିବ୍ୟ କଥାମୃତ ପରିବେଷଣ କରାଯାଇଛି ।

ଏଥିରେ ସହୋଯୋଗ କରିଛନ୍ତି ପରିଚାଳକ ସତ୍ୟକାମ ଦାସ ବ୍ରହ୍ମଚାରୀ, ଅମଳପ୍ରଭୂ ଦାସ ମଦନ ମୋହନ ପାଢୀ, ତୁଷାର ରଞ୍ଜନ ପ୍ରଭୁ, ପ୍ରେମଦେନ ଦାସ ଏବଂ ରାୟଗଡା ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ।