ଧର୍ମାନ୍ତରିତ ଆଦିବାସୀ ମାନଙ୍କୁ ସଂରକ୍ଷଣ ବନ୍ଦ ପାଇଁ ରାଜରାସ୍ତାରେ ଗର୍ଜିଲା ଜନଜାତି ସୁରକ୍ଷା ମଞ୍ଚ

0
245
ଧର୍ମାନ୍ତରିତ ଆଦିବାସୀ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୬/୬) : ଧର୍ମାନ୍ତରିତ ଆଦିବାସୀ ମାନଙ୍କୁ ସଂରକ୍ଷଣ ସୁବିଧା ବାତିଲ କରିବା ସହ ଧର୍ମାନ୍ତରିତଙ୍କୁ ଶୀଘ୍ର ଠାବ କରିବାକୁ ଜନଜାତି ସୁରକ୍ଷା ମଞ୍ଚ ର କର୍ମକର୍ତ୍ତା ମାନେ ଦାବି କରିଛନ୍ତି ।WhatsApp Image 2022 04 26 at 12.12.04 PM ଧର୍ମାନ୍ତରିତ ଆଦିବାସୀ ମାନଙ୍କୁ ସଂରକ୍ଷଣ ବନ୍ଦ ପାଇଁ ରାଜରାସ୍ତାରେ ଗର୍ଜିଲା ଜନଜାତି ସୁରକ୍ଷା ମଞ୍ଚ

ଆଜି ଆଦିବାସୀଙ୍କ ଚିରାଚରିତ ଧର୍ମ, ଉପାସନା ପୀଠ, ପରମ୍ପରା, ବେଶ ଭୁଷାକୁ ତ୍ୟାଗ କରି ଅନ୍ୟ ଧର୍ମ ଗ୍ରହଣ କରିଥିବା ଲୋକେ ମଧ୍ୟ ଏହି ସରକାରୀ ସଂରକ୍ଷଣ ଓ ଅନ୍ୟାନ୍ୟ ଆଦିବାସୀଙ୍କ ସୁବିଧା ସୁଯୋଗ ହାତେଇ ଚାଲିଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ଯେତିକି ତତ୍ପରତା ପ୍ରକାଶ ପାଇବା କଥା ତାହା ପାଇପାରୁ ନାହିଁ । ସରକାରୀ ଚାକିରି, ସରକାରୀ ଯୋଜନା, ଏପରିକି ଆଇନରେ ମଧ୍ୟ ଆଦିବାସୀଙ୍କ ପାଇଁ ସରକାର ସ୍ୱତନ୍ତ୍ରତା ବଜାୟ ରଖିଛନ୍ତି । କିନ୍ତୁ ଧର୍ମାନ୍ତରିତ ଆଦିବାସୀ ତଥା ଅପେକ୍ଷାକୃତ ଉନ୍ନତ ବ୍ୟକ୍ତି ମାନେ ଏହି ସୁବିଧା ପାଇ ଚାଲିଛନ୍ତି ।

ଅନେକ କ୍ଷେତ୍ରରେ ଆଦିବାସୀଙ୍କ ମୂଳ ପରମ୍ପରା ଓ ପୂଜା ପଦ୍ଧତି ଛାଡି ପାରି ନ ଥିବା ବ୍ୟକ୍ତି ଏଥିପାଇଁ ଅନେକ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିବା ପରିଲକ୍ଷିତ ହେଉଛି । ଏହାର ଦୃଢ ବିରୋଧ କରି ଧର୍ମାନ୍ତରିତଙ୍କୁ ସମସ୍ତ ସଂରକ୍ଷଣ ସୁବିଧା ବନ୍ଦ କରିବାକୁ ରବିବାର ଜୟପୁର ସହର ମୂଖ୍ୟ ଟ୍ରାଫିକ୍ ଛକ ଠାରୁ ମୂଖ୍ୟ ରାସ୍ତା, ବକ୍ସି ସାହି ଓ ଜୟନଗର ରାସ୍ତା ଦେଇ ଆଦିବାସୀ ମାନଙ୍କ ଏକ ବିରାଟ ଶୋଭାଯାତ୍ରା ପଞ୍ଚବଟୀ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚିଥିଲା ।

ଦୁରୁଆ ନୃତ୍ୟ, ଘୋଡା ନାଚ, ସଂକୀର୍ତ୍ତନ, ବିରଳ ଆଦିବାସୀ ନୃତ୍ୟ ସହ ଏକ ବିଶାଳ ଶୋଭାଯାତ୍ରା ପଞ୍ଚବଟୀ କଲ୍ୟାଣ ମଣ୍ଡପରେ ପହଁଞ୍ଚିବା ପରେ ରୁପ ଭତ୍ରାଙ୍କ ସଭାପତିତ୍ୱରେ ବିରାଟ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ କୁଚିଣ୍ଡା ର ପୂର୍ବତନ ବିଧାୟକ ବୃନ୍ଦାବନ ମାଝି, କ୍ଷେତ୍ରୀୟ ସଂଗଠନ ସଂପାଦକ ବିଜୟ ମହାନ୍ତି, ବିଭାଗ ସଙ୍ଗଠନ ମନ୍ତ୍ରୀ ରତିକାନ୍ତ ସାହୁ, ମୂଖ୍ୟ ବକ୍ତା ଭାବେ ଭୋଜପୁରୀ ଆଶ୍ରମ ର ମଠାଧୀଶ ସ୍ୱାମୀ ଶିବାନନ୍ଦ ଆର୍ଯ୍ୟ ଯୋଗ ଦେଇଥିଲେ ।

ସଭାରେ ଧର୍ମାନ୍ତରଣ କରୁଥିବା ସଂଗଠନ ଗୁଡିକ ଉପରେ ଅଙ୍କୁଶ ଲଗାଇବା ପାଇଁ ଦାବି ଜୋର ଧରିଥିଲା । ନଗର ସଭାପତି ଲକ୍ଷ୍ମୀ ମିଶ୍ର , ଶସି ପଟ୍ଟନାୟକ, ଜିଲ୍ଲା ସଂଗଠନ ମନ୍ତ୍ରୀ ଧନ ଭତ୍ରା, ଶିବା ଗ୍ରୁପ୍, ସାଇ ଗ୍ରୁପ, ଆଶୁତୋଷ ପାଠୀ ମିମୋରିଆଲ ଟ୍ରଷ୍ଟ, ତ୍ରିନାଥ ସେବା ପରିଷଦ ଭଳି ଜିଲ୍ଲା ର ପ୍ରମୁଖ ସମାଜିକ ସଂଗଠନ କାର୍ଯ୍ୟକ୍ରମରେ ସହାୟତା କରିଥିବା ଜଣାପଡିଛି ।