କେନ୍ଦ୍ରୀୟ ବିଦ୍ୟାଳୟ ରେ ମାଗଣାରେ ପଢିବେ କୋଭିଡ ଅନାଥ

0
140
କେନ୍ଦ୍ରୀୟ ବିଦ୍ୟାଳୟ ରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୬/୦୪) : କେନ୍ଦ୍ରୀୟ ବିଦ୍ୟାଳୟ ରେ ମାଗଣାରେ ପଢିବେ କୋଭିଡ ଅନାଥ । କୋଭିଡ୍ -୧୯ ଦୁଇ ବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱର ଅର୍ଥିକ ସ୍ଥିତିକୁ କବଜା କରି ରଖିଥିଲା । ଏହି ମହାମାରୀରେ ଅନାଥ ହେଲେ ହଜାର ହଜାର ଶିଶୁ ।

ବାପା, ମା’ଙ୍କୁ ହରାଇ ଅସହାୟ ହୋଇପଡିଛନ୍ତି ଅନେକ ଶିଶୁ । ହେଲେ ଏବେ ଏହି କୋଭିଡ ଅନାଥ ଶିଶୁଙ୍କ ପାଇଁ ପାଠ ପଢିବାର ସୁଯୋଗ ସୃଷ୍ଟି କରିଛନ୍ତି ସରକାର । ଏଥିପାଇଁ ଶିକ୍ଷା ବ୍ୟବସ୍ଥାରେ ଲାଗୁ ହୋଇଛି ନୂଆ ନିୟମ । ଏମପି କୋଟାକୁ ଉଚ୍ଛେଦ କରି କୋଭିଡ ଅନାଥ ବ୍ୟବସ୍ଥା କେନ୍ଦ୍ରୀୟ ବିଦ୍ୟାଳୟ ତରଫରୁ ଲାଗୁ କରାଯାଇଛି । ନୂଆ ବ୍ୟବସ୍ଥା ଅନୁଯାୟୀ, ଏଣିକି ବର୍ଷକୁ ୧୦ ଜଣ କୋଭିଡ ଅନାଥଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟ ରେ ନାମ ଲେଖା ପାଇଁ ସୁଯୋଗ ଦିଆଯିବ ।

ଗୋଟିଏ କେଭିରେ ବର୍ଷକୁ ଗୋଟିଏ ଶ୍ରେଣୀରେ ୨ ଜଣ ଆଡମିଶନ କରିପାରିବେ । କୋଭିଡ ଅନାଥ କୋଟାରେ ଆଡମିଶନ କରିଥିବା ପିଲାମାନେ ପ୍ରଥମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢିପାରିବେ । ପିଲାମାନଙ୍କର କମ୍ପ୍ୟୁଟର ଫଣ୍ଡ, ଟ୍ୟୁସନ୍ ଫିସ୍ ସବୁକିଛି ଛାଡ କରାଯିବାକୁ ନିଷ୍ପତ୍ତି କରାଯାଇଛି ।

ସୂଚନା ମୁତାବକ, କେନ୍ଦ୍ରୀୟ ବିଦ୍ୟାଳୟରୁ ଏମପି କୋଟା ଉଚ୍ଛେଦ ପାଇଁ ସଂସଦରେ ଗତ ଅଧିବେଶନରେ ପ୍ରସ୍ତାବ ଆଗତ ହୋଇଥିଲା । ପୂର୍ବରୁ ଲୋକସଭା ସାଂସଦମାନେ ନିଜ ନିର୍ବାଚନ ମଣ୍ଡଳୀର ସ୍କୁଲମାନଙ୍କରେ ୧୦ ଜଣ ପିଲାଙ୍କୁ ନାମ ଲେଖା ପାଇଁ ସୁପାରିଶ କରିପାରୁଥିଲେ ।

ସେହିପରି ରାଜ୍ୟ ସଭାର ସଦସ୍ୟମାନେ ନିର୍ବାଚନ ହୋଇଥିବା ରାଜ୍ୟର ୧୦ ଜଣ ପିଲାଙ୍କ ଆଡମିଶନ ନେଇ ସୁପାରିଶ କରିପାରୁଥିଲେ । କେଭି ପକ୍ଷରୁ ସ୍ପନସରସିପ୍ ଏଜେନ୍ସି କୋଟା ଆଡମିସନ୍ ମଧ୍ୟ ଉଚ୍ଛେଦ କରାଯାଇଛି ।