ସାମାଜିକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାୟଗଡା ସମ୍ମାନିତ

0
196
ସାମାଜିକ ସୁରକ୍ଷା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, ତା (୨୯/୦୪) : ସାମାଜିକ ସୁରକ୍ଷା କ୍ଷେତ୍ରରେ ରାୟଗଡା ଜିଲ୍ଲା ର ଉଲ୍ଲେଖନୀୟ କାର୍ଯ୍ୟ ହାସଲ କରିଥିବାରୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ଠାରୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ପୁରସ୍କାର ଗ୍ରହଣ କରିଛନ୍ତି lWhatsApp Image 2022 04 30 at 7.25.55 AM 1 ସାମାଜିକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାୟଗଡା ସମ୍ମାନିତ

ରାୟଗଡା ଜିଲ୍ଲା ପ୍ରଶାସନ ଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱବାଧାନରେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ର କର୍ମଚାରୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଜାତୀୟ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ମଧୁବାବୁ ପେନସନ ଯୋଜନା, ଭିନ୍ନକ୍ଷମ ଭତ୍ତା ଓ ସଶକ୍ତିକରଣ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବାରୁ ମାପଦଣ୍ଡ କୁ ଆଧାର କରି ଇଣ୍ଡିଆ ଟୁଡେ ଗ୍ରୁଫ ରାୟଗଡା ଜିଲ୍ଲାକୁ ଚୟନ କରିଥିଲା l

ବିଭିନ୍ନ ଉନ୍ନୟନ ମୂଳକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକୁ ବିଭିନ୍ନ ମାପଦଣ୍ଡରେ ବିଚାରକୁ ନେଇ ଦେଶ ର ରାଜ୍ୟ ମଧ୍ୟରେ ରାଜ୍ୟ ଚୟନ ପୁରସ୍କୃତ କରିବା ଇଣ୍ଡିଆ ଟୁଡେ ମାଗାଯିନ ଅଗ୍ରଣୀ ଭୂମିକା ଗ୍ରହଣ କରିଥାଏ l ପ୍ରତ୍ୟେକ ବର୍ଷ ବିଭିନ୍ନ ରାଜ୍ୟରେ କାର୍ଯ୍ୟକ୍ରମ ଆୟୋଜନ କରି ଉତ୍ସାହିତ କରିଥାଏ l ଚଳିତ ବର୍ଷ ଓଡ଼ିଶା ର କୀଟ (KIIT) ବିଶ୍ୱ ବିଦ୍ୟାଳୟ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା lWhatsApp Image 2022 04 30 at 7.25.54 AM ସାମାଜିକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାୟଗଡା ସମ୍ମାନିତ

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ମୂଖ୍ୟ ସଚିବ ଶ୍ରୀଯୁକ୍ତ ସୁରେଶ ମହାପାତ୍ର, ଇଣ୍ଡିଆ ଟୁଡ଼େ ଗ୍ରୁଫ ଏଡିଟର ରଜ ଚେଙ୍ଗପ୍ପା ଯୋଗଦାନ କରି ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଜିଲ୍ଲା ର ଜିଲ୍ଲାପାଳ ମାନଙ୍କୁ ପୁରସ୍କୃତ କରିଥିଲେ l ରାୟଗଡା ଜିଲ୍ଲା ସମେତ ରାଜ୍ୟ ର ଅନ୍ୟ ଜିଲ୍ଲା ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ l

ଯଥା ସ୍ୱାସ୍ଥ୍ୟ ଓ ସବୁକ୍ଷେତ୍ର, ଡିଜିଟାଲ କଭରେଜ ପାଇଁ ସମ୍ବଲପୁର ଜିଲ୍ଲା, ଶିକ୍ଷା, ଦକ୍ଷତା ଵୃଦ୍ଧି, ପରିମଳ ଓ ଆର୍ଥିକ କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲା, ଭିତ୍ତିଭୂମି ପାଇଁ ଝାରସୁଗୁଡା, କୃଷି ପାଇଁ ବରଗଡ଼, ଆଇନ ଶୃଙ୍ଖଳା ପାଇଁ ଗଞ୍ଜାମ, ନାରୀ ଶିକ୍ଷା ପାଇଁ ଭଦ୍ରକ ଜିଲ୍ଲାକୁ ପୁରସ୍କୃତ କରିଥିଲେ l