ହରଭଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତ ରେ ବାଲ୍ୟ ବିବାହ ସଚେତନତା ପଥପ୍ରାନ୍ତ ନାଟକ ଆୟୋଜିତ

0
198
ହରଭଙ୍ଗା ବ୍ଲକର ବିଭିନ୍ନ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୯/୦୪) : ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଓ ୟୁନିସେଫ ର ମିଳିତ ଆନୁକୂଲ୍ୟରେ ବୀଣାପାଣି ସାହିତ୍ୟ କଳା ସଂସଦ ବୌଦ୍ଧ ର କଳାକାର ମାନଙ୍କ ଦ୍ୱାରା ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ବାଲ୍ୟ ବିବାହ ଓ ଶିଶୁ ସୁରକ୍ଷା ସଚେତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି ।

ପ୍ରଥମେ ମହାଲିକ ପଡ଼ା ପଞ୍ଚାୟତ ଅନ୍ତର୍ଗତ ସାତଖଣ୍ଡ ଗ୍ରାମରେ ଏହି କାର୍ଯ୍ୟକ୍ରମ ଉଦ୍ଘାଟନ ହୋଇଥିଲା । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମହାଲିକ ପଡ଼ା ସରପଞ୍ଚ ମାମୁନି ବାଘ, ସମ୍ମାନିତ ଅତିଥି ଭାବରେ ସରପଞ୍ଚ ପ୍ରତିନିଧି ସୁଶାନ୍ତ ବାଘ ଯୋଗ ଦେଇ ହରଭଙ୍ଗା ବ୍ଲକର ବିଭିନ୍ନ ପଞ୍ଚାୟତ ରେ ହେଉଥିବା ଏହି କାର୍ଯ୍ୟକ୍ରମ କୁ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିବା ସହ ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ ।

ଉଦଘାଟନୀ କାର୍ଯ୍ୟକ୍ରମ ସରିବା ପରେ ମହାଳିକ ପଡ଼ା ର ଭାବପୁର, ହାତୀଗଡ଼, ନୂଆପଡ଼ା, କୁସଙ୍ଗ ପଞ୍ଚାୟତ ର କୁମାରୀ, ଛତ୍ରଙ୍ଗ ପଞ୍ଚାୟତ ର ଗୁଣ୍ଡୁରୀସାହି, ଧୁଙ୍ଗିଆମୁଣ୍ଡା, କଣ୍ଠିପଦର, ଟାଙ୍ଗୁରୁକୁମ୍ପା, ଝାରଖମଣ ଗାଁ ରେ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ହରଭଙ୍ଗା ବ୍ଲକ ର ଜାତୀୟ ଯୁବ ସ୍ଵେଚ୍ଛାସେବୀ ସୁଧିର ଦୀପ ପରିଚାଳନା କରିଥିଲେ ।

ବୀଣାପାଣି ସାହିତ୍ୟ କଳା ସଂସଦ ବୌଦ୍ଧ ର କଳାକାର ଭାବେ ସୁମନ୍ତ ଭୋଇ, ଛନ୍ଦା ଚରଣ ଭୋଇ, ରୁନାଲିସା ମାଝୀ, ସୌମ୍ୟା ଦୀପ, ରାଜବୀର ଦୀପ, ଶିବମ ସାଗର, ବିରେନ୍ଦ୍ର ସାହୁ ପ୍ରମୁଖ ନାଟକ ପରିବେଷଣ କରିଥିଲେ ।