ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ

0
131
ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୧/୫) : ଆଜି ସୋନପୁର ସହର ର ସ୍ଥାନୀୟ ନୂତନ ଟାଉନହଲ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି l

ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ସଭା ରେ ମୁଖ୍ୟ ଅଥିତି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ଓ ସମ୍ମାନିତ ଅଥିତି ଭାବେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଉପ ଜିଲ୍ଲାପାଳ ନିହାର ରଞ୍ଜନ କଅଁର, ପୌର ପାରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାୟକ, ଭାଇସ ଚେୟାରମ୍ୟାନ ମଲ୍ଲିକା ଦାନି, ଷ୍ଟେଟ ୟୁନିୟନ ସଭାପତି ଗୋବିନ୍ଦ ମହାରଣା ପ୍ରମୁଖ ଯୋଗ ଦେଇ ଶ୍ରମିକ ମାନେ ପାଉଥିବା ସୁବିଧା ଓ ସୁଯୋଗ ଉପରେ ଆଲୋକପାତ କରିଥିଲେ । ପରେ ନୂତନ ପରିଚୟ ପତ୍ର ଶ୍ରମିକ ମାନଙ୍କୁ ବଣ୍ଟନ କରାଯାଇଥିଲା l