ଆଜି ପବିତ୍ର ଅକ୍ଷୟ ତୃତୀୟା : ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ଅନୁକୂଳ ହେବ ରଥ କାଠ

0
144
ଆଜି ପବିତ୍ର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୩/୦୫) : ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ ।

ଆଜି ପବିତ୍ର ଅକ୍ଷୟ ତୃତୀୟା । ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ବିନିରେ ବିଶ୍ୱକର୍ମାମାନେ ୩ଟି ଧଉରା କାଠରେ ରଥ ନିର୍ମାଣ ର ଶୁଭାରମ୍ଭ କରିବେ । ରଥ ନିର୍ମାଣ କାର୍ଯ୍ୟ ପାଇଁ ଶ୍ରୀନହ ସମ୍ମୁଖରେ ଚାଳି ତିଆରି କାମ ଶେଷ ହେଇଛି । ଅନ୍ୟପଟେ ଆଜି ୨୧ ଦିନିଆ ବାହାର ଚନ୍ଦନଯାତ୍ରା ଯିବେ ଠାକୁର । ଏଥିପାଇଁ ଚୂଡାନ୍ତ ପର୍ଯ୍ୟାୟ ପହଞ୍ଚିଛି ପ୍ରସ୍ତୁତି । ନନ୍ଦା ଓ ଭଦ୍ରା ଡଙ୍ଗା ଚାପ ଖେଳିବା ପାଇଁ ପ୍ରସ୍ତୁତ ହୋଇ ରହିଛିନ୍ତି ।

ସୂଚନା ମୁତାବକ, ମଙ୍ଗଳବାର ରଥ ନିର୍ମାଣ ଅନୁକୂଳ ପାଇର୍ ୩ଟି ଧଉରା କାଠ ରଥଖଳାରେ ରଖାଯାଇଛି । ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତ ପାରେ ଅପରାହ୍ନ ୪ଟାରେ ଆଜ୍ଞାମାଳ ବିଜେ ହେବ । ପରେ ବିଧିବଧ ପୂଜାର୍ଚ୍ଚନା ସରି ବିଶ୍ବକର୍ମାମାନେ ଶାଢ଼ି ବାନ୍ଧାଇ ସ୍ୱତନ୍ତ୍ର କୁରାଢ଼ିରେ ରଥ ନିର୍ମାଣ ଅନୁକୂଳ କରିବେ। ଏହା ପରଦିନଠୁ ଶ୍ରୀନହର ସମ୍ମୁଖ ଚାଳିଆରେ ପବିତ୍ର ଘୋଷ ଯାତ୍ରା ପାଇଁ ୩ଟି ରଥ ତିଆରି ର ଶୁଭାରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ଚକ ନିର୍ମାଣ କରିବେ ମହାରଣା ସେବାୟତ ।