ମାଁ ଭୈରବୀ ମନ୍ଦିର ର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ

0
416
ମାଁ ଭୈରବୀ ମନ୍ଦିର

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୩/୦୫) : ବୌଦ୍ଧ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ହରଭଙ୍ଗା ବ୍ଲକ ପୁରୁଣାକଟକ ମାଁ ଭୈରବୀ ମନ୍ଦିର ର ନିର୍ମାଣ କାର୍ଯ୍ୟ ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୁଭ ରମ୍ଭ ହୋଇଛି ।WhatsApp Image 2022 05 03 at 12.44.21 PM ମାଁ ଭୈରବୀ ମନ୍ଦିର ର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ

ସକାଳେ ମନ୍ଦିର ପରିସରରେ ହୋମ ଯଜ୍ଞ ଅନୁଷ୍ଠିତ ହେବା ପରେ ମାଁ ଭୈରବୀ ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ କୁମାର ପ୍ରଧାନ ପ୍ରଥମ ଇଟା ନିର୍ମାଣ ମିସ୍ତ୍ରୀ ଗୋଲକ ମହାରଣା ଙ୍କୁ ପ୍ରଦାନ କରିଥିଲେ ” ଏହା ପରେ ବହୁ ସଂଖ୍ୟା ରେ ଭକ୍ତ ଇଟା ପ୍ରଦାନ କରିଥିଲେ । ପୂଜକ ନିହାର ମିଶ୍ର, ସତ୍ୟାନନ୍ଦ ପୁରୋହିତ, ବାଳକୃଷ୍ଣ ଦେହୁରୀ, ବିକାଶ ମିଶ୍ର ପୂଜା କାର୍ଯ୍ୟ ରେ ସହଯୋଗ କରିଥିଲେ ।

ମନ୍ଦିର କମିଟି ସମ୍ପାଦକ ସୁସେଣ ପ୍ରଧାନ, କୋଷାଧକ୍ଷ ସରୋଜ ପ୍ରଧାନ, ଉପ ସଭାପତି ରସାନନ୍ଦ ସାହୁ, ସହ ସମ୍ପାଦକ ରାମଚନ୍ଦ୍ର ସାହୁ ଙ୍କ ସମେତ କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ମନ୍ଦିର କାର୍ଯ୍ୟରେ ଇଟା ଦାନ ପାଇଁ ଭକ୍ତମାନଙ୍କୁ କମିଟି ତରଫରୁ ଅନୁରୋଧ କରାଯାଇଛି ଆସନ୍ତା ୪ ମାସ ମଧ୍ୟରେ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ସଭାପତି ସୁରେନ ପ୍ରଧାନ ସୂଚନା ଦେଇଛନ୍ତି ।