ବଦଳିଲା ଲାଞ୍ଚ ନେବାର ତରିକା, ସିସିଟିଭି ଭୟରେ ଫୋନ ପେ ରେ ଚାଲିଛି କାରବାର

0
177
ବଦଳିଲା ଲାଞ୍ଚ ନେବାର

ରିପୋର୍ଟ : ରାମନାଥ ଗନ୍ଠାୟକ
ଭୁବନେଶ୍ୱର,(୦୪/୦୫) : ବଦଳିଲା ଲାଞ୍ଚ ନେବାର ତରିକା । ସିସିଟିଭି ଭୟରେ ଅସ୍ତରଙ୍ଗ ତହସିଲର ମୁଖ୍ୟ ଭାବରେ କାର୍ଯ୍ୟ କରୁଥିବା ଅଫିସର ପ୍ରଶାନ୍ତ ପାତ୍ର ଫୋନ ପେ ରେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ସହିତ ଭିଡ଼ିଓରୁ ସ୍ପଷ୍ଟ ହେଉଛି ପ୍ରଶାନ୍ତ ଅତିରିକ୍ତ ଜିଲ୍ଲାପାଳ, ଆର.ଆଇ ଙ୍କ ନା ନେଇ ସାଧାରଣ ଲୋକଙ୍କୁ ସିଧା ଲାଞ୍ଚ ମାଗୁଛନ୍ତି l ସୂଚନା ଅନୁସାରେ, ଗ୍ରାମ ର ଅଶୋକ ବାରିକ ଙ୍କ ପତ୍ନୀ ଭାରତୀ ବାରିକ ଙ୍କ କୋଭିଡ ରେ ମୃତ୍ୟୁ ହୋଇଥିଲା l ସରକାରଙ୍କ ଅନୁକମ୍ପା ପାଇବାକୁ ତହସିଲର ଯାଞ୍ଚ ପାଇଁ ଯାଇଥିବା ବେଳେ ତାଙ୍କୁ ସେଠି ପ୍ରଶାନ୍ତ ଅତିରିକ୍ତ ଜିଲ୍ଲାପାଳ, ଆର.ଆଇ ଙ୍କ ନା ନେଇ ୫ ଶହ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ବଦଳିଲା ଲାଞ୍ଚ ନେବାର ତରିକା ।

ଅଶୋକ ଟଙ୍କା ଆଣି ନଥିବା କହିବା ସତ୍ୱେ ମଧ୍ୟ୍ୟ ପ୍ରଶାନ୍ତ ବାଧ୍ୟ କରି ଫୋନ ପେ ରେ ନେଇଥିଲେ l ତେବେ ଏଘଟଣା ପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଉପରେ ନଜର ।