କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁ ପର୍ଶୁରାମ ଜୟନ୍ତୀ ପାଳିତ : ସାଙ୍ଗଠନିକ କର୍ମକର୍ତା ଚୟନ

0
254
କଳାହାଣ୍ଡି ବ୍ରାହ୍ମଣ ସମାଜ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, ତା(୦୩/୦୫) : ପବିତ୍ର ଅକ୍ଷୟ ତୃତୀୟା ଭଗବାନ ପର୍ଶୁରାମ ଜୟନ୍ତୀ ଅବସରରେ କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁ ଭବାନୀପାଟଣା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଭଗବାନ ପର୍ଶୁରାମ ଙ୍କ ଜନ୍ମୋତ୍ସବ, ହୋମଯଜ୍ଞ ଅନୁଷ୍ଟିତ ହୋଇଯାଇଛି ।WhatsApp Image 2022 05 04 at 9.34.52 AM 1 କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁ ପର୍ଶୁରାମ ଜୟନ୍ତୀ ପାଳିତ : ସାଙ୍ଗଠନିକ କର୍ମକର୍ତା ଚୟନ

କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁ ପୂର୍ବାହ୍ନରେ ପର୍ଶୁରାମ ବାହିନୀ ଦ୍ୱାରା ଏକ ବାଇକ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇ ଜଗନ୍ନାଥ ମନ୍ଦିରକୁ ଆସିବା ପରେ ସେଠାରେ ପାରମ୍ପରିକ ଭାବରେ ଭଗବାନଙ୍କ ପୂଜନୋତ୍ସବ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ବ୍ରାହ୍ମଣ ଗଜୀନ୍ଦ୍ର ପାଢୀ ସସ୍ତ୍ରୀକ ହୋମ କର୍ତା ଭାବରେ ପୂଜା ଓ ହୋମଯଜ୍ଞ କରିଥିଲେ ।

ପରେ କଳାହାଣ୍ଡି ବ୍ରାହ୍ମଣ ସମାଜର ବରିଷ୍ଠ ସଭ୍ୟ ଜଗନ୍ନାଥ ମୁଣ୍ଡଙ୍କ ସଭାପତିତ୍ୱରେ ଏକ ଚିନ୍ତନ ସଭା ଅନୁଷ୍ଠିତ ହୋଇଥିଲା । ବିରଞ୍ଚି ମୁଣ୍ଢଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ସତ୍ୟ ନାରାୟଣ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ବହୁ ବରିଷ୍ଠ ସଭ୍ୟ ସମାଜର ବିଭିନ୍ନ ସମସ୍ୟା, ସଂସ୍କାର ଓ ଆଗାମୀ କାର୍ଯ୍ୟକ୍ରମର ରୂପରେଖ ସଂପର୍କରେ ଆଲୋଚନା କରାଯାଇଥିଲା ।

ଧର୍ମଗଡ ଉପଖଣ୍ଡରେ ବିଗତ ଦିନରେ ହୋଇଥିବା ବ୍ରାହ୍ମଣ ମହାସଭାର ସ୍ମୃତିଚାରଣ କରାଯାଇ ସମଗ୍ର କଳାହାଣ୍ଡି ର ବ୍ରାହ୍ମଣ ସମାଜ ଗଠନ କରିବାର ପ୍ରେରଣା ସେଠାରୁ ମିଳିଥିବାର ଏବଂ ଆଗାମୀ ଦିନରେ ସାମାଜିକ କାର୍ଯ୍ୟକ୍ରମ କୁ ବ୍ୟାପକ କରାଯିବା ଉପରେ ବରିଷ୍ଠ ସଭ୍ୟ ଭବେନ୍ଦ୍ର ପଣ୍ଡା ପ୍ରକାଶ କରିଥିଲେ । ବରିଷ୍ଠ ସଭ୍ୟ ଅଧ୍ୟାପକ ସୁମନ ରଥ ବ୍ରାହ୍ମଣ ସମାଜର ଆତ୍ମ ସମୀକ୍ଷା କରିବାର ବେଳ ଆସିଛି ବୋଲି ମତ ପ୍ରକାଶ କରିଥିବା ବେଳେ ବରିଷ୍ଠ ସଭ୍ୟ ଓକିଲ, ଗବେଷକ ଉମାଶଙ୍କର କର କଳାହାଣ୍ଡିରେ ବ୍ରାହ୍ମଣ ସମାଜର ଐତିହାସିକ ପୃଷ୍ଠଭୂମି ଉପରେ ଆଲୋଚନା କରିଥିଲେ ।

ବରିଷ୍ଠ ସଭ୍ୟ ଚନ୍ଦ୍ର ଶେଖର ବାବୁ ସମାଜ ପାଇଁ ସେବା କରିବାର ମନୋବୃତି ଥିବା ବ୍ୟକ୍ତିତ୍ୱ ମାନଙ୍କୁ ଚିହ୍ନଟ କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ । ସବୁ ବର୍ଗର ବ୍ରାହ୍ମଣ ମାନଙ୍କୁ ସାମିଲ କରାଯାଇ ବ୍ୟାପକ ଭାବେ ସମଗ୍ର କଳାହାଣ୍ଡିର ସମସ୍ତ ବ୍ରାହ୍ମଣ ପରିବାରକୁ ସାମିଲ କରାଯିବା ଉପରେ ବରିଷ୍ଠ ସଭ୍ୟ ଦୁଷ୍ମନ୍ତ କୁମାର ପଣ୍ଡା ମତବ୍ୟକ୍ତ କରିଥିଲେ ।

ଆଗାମୀ ଦିନରେ ସମାଜ ସଂଗଠନ ପାଇଁ ଏକ ଆଡହକ କମିଟୀ ଗଠନ କରାଯାଇ ଜଗନ୍ନାଥ ମୁଣ୍ଡଙ୍କୁ ସଭାପତି ଓ ୬ ଜଣଙ୍କୁ ଉପସଭାପତି, ସତ୍ୟ ନାରାୟଣ ମହାପାତ୍ରଙ୍କୁ ସାଧାରଣ ସଂପାଦକ, ୨ ଜଣ ସଂପାଦକ, କ୍ଷୀରୋଦ ନେଗୀ ଙ୍କୁ କୋଷାଧ୍ୟକ୍ଷ ଓ ୬ ଜଣଙ୍କୁ କାର୍ଯ୍ୟକାରୀ ସଭ୍ୟ, ପ୍ରଶାନ୍ତ ଠାକୁର, ବିଶ୍ୱ ରଂଜନ ପାତ୍ର, ଶାନ୍ତନୁ ମୁଣ୍ଡ ଙ୍କୁ ପର୍ଶୁରାମ ବାହିନୀ ସଂଯୋଜକ ଭାବେ ମନୋନୀତ କରାଯାଇଥିଲା । ବରିଷ୍ଠ ସଭ୍ୟା ସୁଲେଖିକା, ସ୍ନେହଲତା ଷଡଙ୍ଗୀଙ୍କୁ ପ୍ରଜ୍ଞା ବାହିନୀ ମୂଖ୍ୟ ଭାବେ ମନୋନୀତ କରାଯାଇଥିଲା ।

ଯେହେତୁ ୨୦୨୦ ମସିହାରେ ଧର୍ମଗଡ ସହରରେ ବ୍ରାହ୍ମଣ ମହାସଭା ହୋଇଥିଲା ସେ ସମୟରେ ବ୍ରାହ୍ମଣ ସମାଜ ଗଠନରେ ମୂଖ୍ୟ ଭୂମିକା ନେଇ ପ୍ରତି ଗାଁ କୁ ନିଜ ଖର୍ଚ୍ଚରେ ବୁଲି ସଂଗଠନକୁ ଆଗେଇ ନେଇଥିବା ଆଶୁତୋଷ ବେହେରାଙ୍କ ସଭାପତିତ୍ୱରେ ସାର୍ବଜନିକ ଭାବେ ଗଠିତ ଉପଖଣ୍ଡ ସ୍ତରୀୟ କମିଟୀ କୁ ହଟାଇ ଦେଇ ଧର୍ମଗଡ ବ୍ଲକ କମିଟୀ ର ଗୋଷ୍ଠୀ ସମସ୍ତ ଦାୟୀତ୍ୱ ନିଜେ ହାଇଜାକ କରିନେଇ ମହାସଭାର ବାହାବା ନେଉଥିବା ଘଟଣାରେ ଧର୍ମଗଡ ଉପଖଣ୍ଡରୁ ଆସିଥିବା ବ୍ରାହ୍ମଣ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଏପରିକି ଏହି ସଭାରେ ସେମାନେ କେବଳ ନିଜ ସମର୍ଥକଙ୍କୁ ହିଁ ଡାକିଥିବା ଏବଂ ସେମାନଙ୍କ ମତାମତ ଅନୁସାରେ ଜିଲ୍ଲା କମିଟୀ ରେ ଧର୍ମଗଡ ଅଞ୍ଚଳର କର୍ମକର୍ତା ଚୟନ କରାଯାଇଥିବା ହେତୁ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା । ସେସମୟରେ ଆରଣ୍ୟକ, ଉତ୍କଳୀ ସମସ୍ତ ବ୍ରାହ୍ମଣଙ୍କୁ ମିଶାଇ ଏକ ବ୍ୟାପକ ବ୍ରାହ୍ମଣ ସମାଜ ଗଠନ କରିବାକୁ ମତ ଦେଉଥିବା ବ୍ରାହ୍ମଣ ମାନଙ୍କୁ ଧର୍ମଗଡର ଏହି ସଂକୀର୍ଣ୍ଣ ମନୋଭାବର ଗୋଷ୍ଠୀ ସେମାନଙ୍କୁ ସଂଗଠନରୁ ଦୂରେଇ ରଖିବାର ଯୋଜନା କରୁଥିବା ବେଳେ ଏହି ସଭାରେ ନିଜେ ନିଜେ କର୍ମକର୍ତା ହେବା ପାଇଁ ଲବି କରି ଥିବା ହେତୁ ଏବଂ ଭବାନୀପାଟଣା ସଂଗଠନର ବ୍ରାହ୍ମଣ ସମାଜ ସେମାନଙ୍କ କଥାରେ ପଡି କର୍ମକର୍ତା ଚୟନ କରିଥିବା ହେତୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ସମସ୍ତଙ୍କ ସହ ସମନ୍ୱୟ ରକ୍ଷା କରି ସମାଜ ସଂଗଠନ କଲେ ହିଁ ଆଗାମୀ ଦିନରେ ଏହା ବ୍ୟାପକ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା । ପଦବୀ ଲାଲାୟୀତ ଏହି ଗୋଷ୍ଠୀ ର ଚକ୍ରାନ୍ତରେ ସାର୍ବଜନୀନ ଭାବେ ପ୍ରସ୍ତାବ ହେବା ବଦଳରେ ପ୍ରାୟୋଜିତ ଭାବରେ ଚିଟ ଦେଇ ଧର୍ମଗଡ ଉପଖଣ୍ଡର କର୍ମକର୍ତା ଚୟନ ପାଇଁ ପ୍ରସ୍ତାବ ଦେବାକୁ ପ୍ରସ୍ତାବକ ଙ୍କୁ ମଞ୍ଚକୁ ପଠାଯାଉଥିବା ଦେଖାଯାଇଥିଲା ।

ସମାଜ ସମସ୍ତଙ୍କର ଏବଂ ସମସ୍ତେ ସ୍ୱାଧିନ ଭାବେ ମତବ୍ୟକ୍ତ କରିବାର ଅଧିକାର ଥିବା ବେଳେ ଏହା ସଂକୁଚିତ ହେଉଥିବା ବିଷୟ ସେଠାରେ ଉପସ୍ଥିତ ବହୁ ବରିଷ୍ଠ ସଭ୍ୟ ମତପ୍ରକାଶ କରୁଥିଲେ । ମିଥ୍ୟା ର ସାହାରା ନେଇ ଧର୍ମଗଡ ର ତଥା କଥିତ କାର୍ଯ୍ୟକର୍ତା ନିଜ ର ବାହାବ ନେଉଥିବା ବେଳେ ଗତ କୋଭିଡ ସମୟରେ ବ୍ରାହ୍ମଣ ସମାଜର ପାଣ୍ଠିକୁ ନିଜ ମନଇଚ୍ଛା କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ରିଲିଫ ପାଣ୍ଠିରେ ଦାନ ଦେଇଥିବା ଘଟଣା ମଧ୍ୟ ଗ୍ରହଣୀୟ ହୋଇପାରିନଥିଲା ।

ଏପରିକି ବ୍ରାହ୍ମଣ ମାନଙ୍କ ସମସ୍ୟା ଓ ଅସୁବିଧା ବେଳେ ସାମାନକୁ ଆସିବା ଦୂରେ ଥାଉ ବ୍ରାହରଗ୍ଧ ୠଙ୍କଦ୍ଭମଗ୍ଧସକ୍ଟଦ୍ଭ ବ୍ରାଷ୍ମଣ ସମାଜର ସଂଗଠକ ଆଶୁତୋଷ ବେହେରାଙ୍କ ମୃତାହ ଦଶା କାର୍ଯ୍ୟରେ ମଧ୍ୟ ଏହି ଧର୍ମଗଡ ର ତଥା କଥିତ କାର୍ଯୟକର୍ତା ଉପସ୍ଥିତ ହୋଇପାରିନଥିବା ଘଟଣାକୁ ଦୃଢ ନିନ୍ଦା କରାଯାଇଥିଲା । ସମସ୍ତଙ୍କ ସହ ସମନ୍ୱୟ ରକ୍ଷା କରାଯାଇ ବ୍ରହ୍ମଣ ସମାଜ ଗଠନ କରାଯିବାକୁ ସାଧାରଣରେ ମତପ୍ରକାଶ ପାଇଥିଲା ।