୫୦ ଟଙ୍କା ବଢିଲା ଗ୍ୟାସ ଦର : ବିଜେଡି କହିଲା ଏହା ମୋଦୀଙ୍କ ଅଚ୍ଛେ ଦିନ

0
150
୫୦ ଟଙ୍କା

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୦୭/୦୫) : ମହଙ୍ଗା ହେଲା ଘରୋଇ ଗ୍ୟାସ ସିଲିଣ୍ଡର । ପୁଣି ବଢ଼ିଲା ଗ୍ୟାସ ଦର । ଘରୋଇ ଗ୍ୟାସ୍ ସିଲିଣ୍ଡର ଦରରେ ୫୦ ଟଙ୍କା ବୃଦ୍ଧି ହୋଇଛି ।

ଭୁବନେଶ୍ୱରରେ ଗ୍ୟାସ ଦର ୯୭୬ ଟଙ୍କା ରହିଥିବା ବେଳେ ଏଣିକି ୧୦୨୬ ଟଙ୍କା ଦେଇ ଗ୍ୟାସ ସିଲିଣ୍ଡର କିଣିବେ ଗ୍ରାହକ । ତେବେ ନୂଆ ଦର ଆଜି ଠାରୁ ଲାଗୁ ହେବ । ଏହା ପୂର୍ବରୁ ୨୦୨୨ ମାର୍ଚ୍ଚରେ ମଧ୍ୟ ଘରୋଇ ଗ୍ୟାସ ସିଲିଣ୍ଡର ଦରରେ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ସେହିପରି ଚଳିତ ମାସ ଆରମ୍ଭରୁ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦରରେ ୧୦୨ ଟଙ୍କା ୫୦ପଇସା ବୃଦ୍ଧି ହୋଇଥିଲା ।

ଗ୍ୟାସ ଦର ବୃଦ୍ଧିକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ବହୁତ ବାଧିଲାଣି ଦର ବୃଦ୍ଧି, ଖରା ସରିଲା ପରେ ବିକ୍ଷୋଭ କରାଯିବ । ଗ୍ୟାସ ଦର ବୃଦ୍ଧି ହେଉଛି ପ୍ରଧାନମନ୍ତ୍ରୀଙ୍କ ଅଚ୍ଛେ ଦିନ । ବାରମ୍ବାର ଗ୍ୟାସ ଦର ବଢେଇ ରୋଷେଇ ଘରେ ଗୋଇଠା ମାରୁଛନ୍ତି କେନ୍ଦ୍ର ସରକାର ।