-5.7 C
Innichen
Monday, July 4, 2022

ଗାଡ଼ି ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୦୯/୦୫) : ରାଜ୍ୟର ଗାଡ଼ି ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଏଣିକି ନିୟମ ନ ମାନିଲେ ଗାଡ଼ିଚାଳକମାନେ ଜରିମାନା ଦେବା ସହ ସେମାନଙ୍କର ଲାଇସେନ୍ସ ବାତିଲ୍ କରାଯିବ ।

ଆସନ୍ତା ୧୫ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ର ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ମାନଙ୍କରେ ହେଲମେଟ୍ ଚେକିଂ ଆରମ୍ଭ ହୋଇଯିବ । ତେବେ ଗାଡ଼ି ଚାଳକମାନଙ୍କ ହେଲମେଟ୍ ଚେକିଂ ବାବଦରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତ ୨୦୨୧ରେ ଦୁଇଚକିଆ ଯାନ ଦୁର୍ଘଟଣାରେ ୧୩୦୮ ଜଣ ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରେ ୮୬୮ ଜଣ ଗାଡ଼ି ଚାଳକ ଥିବା ବେଳେ ୪୪୦ ଜଣ ବାଇକ୍ ପଛରେ ବସିଥିଲେ । ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ହେଲମେଟ୍ ପିନ୍ଧି ନଥିବା ଜଣାପଡ଼ିଥିଲା ।

ଆସନ୍ତା ୧୫ ତାରିଖରୁ ସ୍ୱତନ୍ତ୍ର ଭାବେ ହେଲମେଟ୍ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ । ଏ ବାବଦରେ ରାଜ୍ୟର ସମସ୍ତ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ହେଲମେଟ୍ ଚେକିଂ ସହିତ ଦୁଇଚକିଆ ଯାନରେ ତିନି ଜଣ ବସିବା, ଛୋଟ ପିଲା ଚଳାଇବା ଆଦି ଯାଞ୍ଚ ହେବ ବୋଲି କୁହାଯାଇଛି । ଚେକିଂ ସମୟରେ ଯେଉଁମାନେ ଧରାପଡ଼ିବେ, ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ ତିନିମାସ ପାଇଁ ରଦ୍ଦ କରିବା ପାଇଁ କୁହାଯାଇଛି ।

Related Articles

Stay Connected

0FansLike
3,376FollowersFollow
19,800SubscribersSubscribe
- Advertisement -spot_img

Latest Articles