ୟୁଏଇ ରାଷ୍ଟ୍ରପତି ଙ୍କ ଦେହାନ୍ତ : ୭୩ ବର୍ଷରେ ସେଖ ଖଲିଫା ବିନ ଜାୟଦ ଅଲ ନାହୟାନ ପରଲୋକ

0
125
ୟୁଏଇ ରାଷ୍ଟ୍ରପତି

ରିପୋର୍ଟ : ରାମନାଥ ଗନ୍ତାୟତ
ୟୁଏଇ/ଭୁବନେଶ୍ୱର, (୧୪/୦୫) : ୟୁଏଇ ରାଷ୍ଟ୍ରପତି ସେଖ ଖଲିଫା ବିନ ଜାୟଦ ଅଲ ନାହୟାନଙ୍କ ପରଲୋକ । ଏ ନେଇ ଦେଶ ର ନ୍ୟୁଜ ଏଜେନ୍ସି ଡବ୍ଲୁଏଏମ ସୂଚନା ଦେଇଛି । ଶୁକ୍ରବାର ତାଙ୍କର ଦେହାନ୍ତ ହୋଇଛି ।

ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ୨୦୦୪ ନଭେମ୍ବର ୩ରେ ୟୁନାଇଡେଟ ଆରବ ଏମିରେଟସ ର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଥିଲେ । ଏହା ସହ ଆବୁଧାବି ର ଶାସନ କ୍ଷମତା ମଧ୍ୟ ତାଙ୍କ ହାତରେ ରହିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସାରା ଦେଶରେ ୪୦ ଦିନିଆ ଶୋକ ଘୋଷଣା ହୋଇଛି । ସେହିଭଳି ୟୁଏଇ ର ଜାତୀୟ ପତାକାକୁ ଅର୍ଦ୍ଧନିମିତ ରଖାଯାଇଛି ।

ଦେଶ ର ସମସ୍ତ ମନ୍ତ୍ରାଳୟ, ବିଭାଗ, ସଂଘୀୟ ଓ ସ୍ଥାନୀୟ ସଂସ୍ଥାନକୁ ବନ୍ଦ କରାଯାଇଛି । ସେଖ ଖଲିଫା ବିନ ଜାୟଦଙ୍କ ଦିବଙ୍ଗତ ପିତା ସେଖ ଜାୟଦ ବିନ ସୁଲତାନ ଅଲ ନାହୟାନଙ୍କ ଉତ୍ତରାଧିକାରୀ ଭାବେ ସେ ଦାୟିତ୍ୱ ନେଇଥିଲେ । ଶେଖ ସୁଲତାନ ୧୯୭୧ ରେ ଦେଶ ର ପ୍ରଥମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଥିଲେ । ୨୦୦୪ ନଭେମ୍ବର ୨ରେ ତାଙ୍କର ଦେହାନ୍ତ ହୋଇଥିଲା ।

ଶେଖ ଖଲିଫା ବିନ ଜାୟଦ ୧୯୪୮ ରେ ଜନ୍ମ ହୋଇଥିଲେ । ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଭାବେ ସେ କାମ କରୁଥିଲେ । ଆବୁଧାବି ର ୧୬ ତମ ଶାସକ ଭାବେ ସେ କ୍ଷମତାରେ ଥିଲେ । ଦେଶ ର ରାଷ୍ଟ୍ରପତି ହେବା ପରେ ସେ ସଂଘୀୟ ସରକାର ଏବଂ ଆବୁଧାବି ର ସରକାର ମଧ୍ୟରେ ଅନେକ ପରିବର୍ତ୍ତନ କରିଥିଲେ । ତାଙ୍କ ଶାସନ ସମୟରେ ଦେଶରେ ଅନେକ ବିକାଶ ହୋଇଛି ।