ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କମିଟି ର ବୈଠକ ଅନୁଷ୍ଠିତ

0
157
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୪/୦୫) : ରାୟଗଡା ଜିଲ୍ଲା ସ୍ଥରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ ଆଜି ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି lWhatsApp Image 2022 05 14 at 12.44.21 PM ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କମିଟି ର ବୈଠକ ଅନୁଷ୍ଠିତ

ଗୁଗୁଲ ମିଟରେ ଅନୁଷ୍ଠିତ ଏହି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କମିଟି ବୈଠକରେ ରାୟଗଡା ମାନ୍ୟବର ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ଏବଂ ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗୋମାଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ସରସ୍ୱତୀ ମାଝୀ, ଉପଜିଲ୍ଲାପାଳ ଗୁଣପୁର ଶ୍ରୀ ଯେ ସୋନାଲ, ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଅନ୍ୟାନ୍ୟ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାରମାନେ ଏବଂ ସମସ୍ତ ପୌର ନିର୍ବାହୀ ଅଧିକାରୀମାନେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

ଏହି ବୈଠକରେ ବିଶେଷ କରି ବର୍ଷାଦିନେ ସମ୍ବାବ୍ୟ ବନ୍ୟା ଓ ବତ୍ୟାର କିପରି ମୁକାବିଲା କରାଯାଇ ପାରିବ ସେଥି ନିମନ୍ତେ ବିସ୍ତୃତ ଭାବେ ଆଲୋଚନା କରିଥିଲେ l ଜିଲ୍ଲା ର ପ୍ରମୁଖ ନଦୀବନ୍ଧ ଯଥା ନାଗାବୋଲି, ବଂଶଧାରା ନଦୀଜଳ ପ୍ରବାହିତ ନଦୀବନ୍ଧ ଗୁଡିକର ସ୍ଥିତି ସଂପୃକ୍ତ ଵିଭାଗୀୟ ଅଧିକାରୀ ମାନଙ୍କ ଠାରୁ ପଚାରି ବୁଝିଥିଲେ l ଦୁର୍ବଳ ନଦୀବନ୍ଧ ଗୁଡ଼ିକର ଚିହ୍ନଟ କରି ତୁରନ୍ତ ମରାମତି କରିବାକୁ ଜିଲ୍ଲା ପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ l

ବନ୍ୟା ପ୍ରବଣ ଅଞ୍ଚଳ ଗୁଡିକରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଚାଉଳ, ଚୂଡ଼ା, ଗୁଡ, କ୍ୟାଣ୍ଡେଲ, କିରାସିନି, ଔଷଧ ଆଦି ଆଗୁଆ ମହଜୁଦ ରଖିବାକୁ ଅଧିକାରୀ ମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ବର୍ଷା ଦିନରେ ବନ୍ୟା ସମୟରେ ବିଶୁଦ୍ଧ ପାନୀୟ ଜଳ ପାଇଁ ଆଗୁଆ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଗ୍ରାମୀୟ ଜଳ ଯୋଗାଣ ସଂସ୍ଥା ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି lWhatsApp Image 2022 05 14 at 12.44.21 PM 1 ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କମିଟି ର ବୈଠକ ଅନୁଷ୍ଠିତ

ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ଆଗୁଆ ଔଷଧ, ସାପ କାମୁଡା ନିରାକରଣ ଇଂଜେକସନ, ଓଆରଏସ, ହେଲିଯିନ, ବଳିଚିଂ ପାଉଡର ଆଦି ଆଗୁଆ ମହଜୁଦ ରଖିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ପ୍ରାଣୀ ଚିକିତ୍ସା ପାଇଁ ମଧ୍ୟ ଆଗୁଆ ବ୍ୟବସ୍ଥା କରିବାକୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ କୁହାଯାଇଛି l

ବର୍ଷାଦିନ ପୂର୍ବରୁ ନାଲ ନର୍ଦ୍ଦମା ଗୁଡିକର ସଫା ସୁତୁରା ଓ ମରାମତି କରିବାକୁ ସଂପୃକ୍ତ ଅଧିକାରୀ ମାନଙ୍କୁ କୁହାଯାଇଛି l ବନ୍ୟା ବାତ୍ୟାରେ ଚାଷୀମାଙ୍କୁ ଆଗୁଆ ସତର୍କ କରିବାକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଜିଲାପାଳ କହିଥିଲେ l ବାତ୍ୟା ଆଶ୍ରୟ ସ୍ଥଳି, ବାତ୍ୟା ସମୟରେ ବ୍ୟବହାର ନିମନ୍ତେ ଚିହ୍ନଟ କରାଯାଇଥିବା ବିଦ୍ୟାଳୟ ଗୁଡିକର ମରାମତି କରିବାକୁ ଜିଲ୍ଲାପାଳ ନିର୍ବାହୀ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ବର୍ଷା ମାପ ଯନ୍ତ୍ର ଗୁଡିକର ନିରୀକ୍ଷଣ କରି ଓ ବର୍ଷା ର ସଠିକ ମାପ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ କହିଥିଲେ l

ବର୍ଷାଦିନ ପୂର୍ବରୁ ରାସ୍ତା ଘାଟ, ବିଦ୍ୟୁତ ଯୋଗାଯୋଗ କାର୍ଯ୍ୟ ଗୁଡ଼ିକର ମରାମତି କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ବନ୍ୟା ବାତ୍ୟା ମୁକାବିଲା ନିମନ୍ତେ ଆବଶ୍ୟକ ଯନ୍ତ୍ରପାତି ସହ ପ୍ରସ୍ତୁତି ରହିବାକୁ ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ l