ବିନିକା ପୁଲିସ ଆନୁକୁଲ୍ୟରେ ମେଗା ରକ୍ତଦାନ ଶିବିର : ୧୬୨ ୟୁନିଟ ରକ୍ତ ସଂଗୃହୀ

0
166
ବିନିକା ପୁଲିସ ଆନୁକୁଲ୍ୟରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୫/୫) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୁଲିସ ଆନୁକୁଲ୍ୟରେ ଥାନା ପରିସରରେ ମେଗା ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 05 15 at 10.29.51 PM ବିନିକା ପୁଲିସ ଆନୁକୁଲ୍ୟରେ ମେଗା ରକ୍ତଦାନ ଶିବିର : ୧୬୨ ୟୁନିଟ ରକ୍ତ ସଂଗୃହୀ

ସୁବର୍ଣ୍ଣପୁର ଜିଲ୍ଲା ର ଆରକ୍ଷୀ ଅଧୀକ୍ଷକ ଅମରେଶ ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ବିନିକା ପୁଲିସ ଆନୁକୁଲ୍ୟରେ ବିନିକା ଥାନା ଅଧିକାରୀ ପବିତ୍ର ସାହୁ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ୧୬୨ ଜଣ ରକ୍ତଦାତା ରକ୍ତଦାନ କରି ଜିଲ୍ଲା ରେ ରେକର୍ଡ ସଂଖ୍ୟକ ରକ୍ତଦାନ ହୋଇଛି । ଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଶିବିର କୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିନିକା ଏନଏସି ଅଧ୍ୟକ୍ଷ ସୁବାଶ ଚନ୍ଦ୍ର ଭୋଇ ଯୋଗ ଦେଇଥିଲେ ।

ବିନିକା ଅଞ୍ଚଳ ର ସାମାଜିକ ଅନୁଷ୍ଠାନ, ଡ୍ରାଇଭର ମହାସଂଘ, ବଜରଙ୍ଗ ଦଳ, ହେଲ୍ପ ଟୁ ଅଦର୍ଶ, ବିନିକା ସାମ୍ବାଦିକ ସଂଘ, ବାଉଁଶୁଣୀ ୟୁବକ ମହାସଂଘ, ପର୍ଶୁରାମ ସେନା, ମାନବ କଲ୍ୟାଣ ସମିତୀ, ସିଂଘିଯୁବା ଯୁବକ ସଂଘ ପ୍ରମୁଖ ସାମାଜିକ ସଂଗଠନ ସହାୟତା କରିଥିଲେ । ପରେ ସମସ୍ତ ଅନୁଷ୍ଠାନ କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ର କୌଣସି ରୋଗୀ ଙ୍କୁ ରକ୍ତ ର ଯେପରି ଅଭାବ ନ ହେବ ସେ ଉଦ୍ଦେଶ୍ୟ ରେ ଏ ରକ୍ତ ଦାନ ଶିବିର ଆୟୋଜିତ କରାଯାଇଥିଲା ବୋଲି ଏସପି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ ।WhatsApp Image 2022 05 15 at 10.29.50 PM 2 ବିନିକା ପୁଲିସ ଆନୁକୁଲ୍ୟରେ ମେଗା ରକ୍ତଦାନ ଶିବିର : ୧୬୨ ୟୁନିଟ ରକ୍ତ ସଂଗୃହୀ

ବ୍ଲଡ଼ ବ୍ୟାଙ୍କ୍ ଅଧିକାରୀ- ଡାକ୍ତର ଅଭିଷେକ ଦେହେରି, ଡାକ୍ତର ଜଗନ୍ନାଥ ବେହେରା, ମଣ୍ଟୁ ପ୍ରଧାନ, ଦେବାଶିଷ ମିଶ୍ର, ଜନକ ବେହେରା, ପୂର୍ଣ୍ଣ ଭୋଇ, ସୁବାସ ପଣ୍ଡା, ଜଗତ ଦୱାନ, ଟଙ୍କଧର କୁନୋର, ପ୍ରମୁଖ ବୁର୍ଲା ଓ ସୋନପୁର ରକ୍ତ କେନ୍ଦ୍ର ର ଅଧିକାରୀ ମାନେ ରକ୍ତ ସଂଗ୍ରହ କରିଥିଲେ । ବିନିକା ଥାନାର ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ମେହେର,ଏସଆଇ ପ୍ରମିଲା ମରେଇ, ସୁଜାତା ବୁଡେକ୍, ଏଏସଆଇ ଗୋବର୍ଦ୍ଧନ ନାଏକ, ମହେନ୍ଦ୍ର ବରିହା, ଗୃହରକ୍ଷୀ ସୁଧାଂଶୁ ପୁଝାରୀ , ହରିବନ୍ଧୁ ସୁନା, ଲଳିତ ମଲିକ୍ , ରାଜୀବ ବାଗ, ଗୀତାଞ୍ଜଳି ଦୀପ ପ୍ରମୁଖ ସହାୟତା କରିଥିଲେ ।