ସମବାୟ ନିର୍ବାଚନ ପାଇଁ ବିଜେଡ଼ି ର ସଜବାଜ

0
209
ସମବାୟ ନିର୍ବାଚନ ପାଇଁ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୭/୦୫) : ଗଜପତି ଜିଲ୍ଲା ରେ ଆଗାମୀ ୧୯ ଓ ୨୬ ରେ ସମବାୟ ନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡ଼ି) ତାର ପାଗ ଭିଡିଛି ।

ଗଜପତି ଜିଲ୍ଲା ରେ ପଞ୍ଚାୟତ ଓ ପୌର ବାଜିମାତ କରିବା ପରେ ସମବାୟ ନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡ଼ି) ତତ୍ପର ଥିବା ଜଣା ପଡ଼ୁଛି । ଏ ନେଇ ରାଜ୍ୟ ସ୍ତର ରେ ଗୋଟିଏ କମିଟି ଗଠନ ହୋଇଛି ।

ଏ ନେଇ ବିକ୍ରମ ପଣ୍ଡା, ପୁଷ୍ପେନ୍ଦ୍ର ସିଂଦେଓ, ରାଜା ସ୍ୱାଇଁ, ପ୍ରତାପ ଜେନା, ପ୍ରତାପ ରୁଦ୍ର ଦେବ ଭିଡ଼ିଓ କନଫରେନ୍ସ ମାଧ୍ୟମ ରେ ଆଲୋଚନା କରିଛନ୍ତି । ଗଜପତି ଜିଲ୍ଲା ରେ ସମବାୟ ପ୍ରସ୍ତୁତି ପାଇଁ ଜିଲ୍ଲା ସଭାପତି ପ୍ରଦୀପ ନାୟକ, ପୂର୍ବତନ ସମବାୟ ଡାଇରେକ୍ଟର ଆର୍ ରାମ୍ ପ୍ରସାଦ ଓ ବାଲା ଧନାଞ୍ଜୟୁଲୁ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।