କାଶୀନଗର ପୌର ପରିଷଦର ପ୍ରଥମ ବୈଠକ

0
233
କାଶୀନଗର ପୌର ପରିଷଦର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୩/୦୫) : ଗତ ୨ ତାରିଖ ରେ ଗଜପତି ଜିଲ୍ଲା ର କାଶୀନଗର ପୌର ପରିଷଦର ପ୍ରଥମ ବୈଠକ ନବ ନିର୍ବାଚିତ କାଉନସିଲର ଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି ।

ପୌର ଅଧ୍ୟକ୍ଷା ଶ୍ରୀମତୀ ଏମ୍ ସୁଧା ରାଣୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାଶୀନଗର ପୌର ପରିଷଦର ପ୍ରଥମ ବୈଠକରେ ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ, ପୌର ନିର୍ବାହୀ ଅଧିକାରୀ ଶ୍ରୀମତୀ ସତ୍ୟ ସମ୍ପୂର୍ଣ୍ଣ ରାଉତ ଯୋଗ ଦେଇ ଏପ୍ରିଲ ମାସ ର ଆୟ ବ୍ୟୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ବିଧାୟକ ଙ୍କ ପ୍ରତିନିଧି କେ. ମୁକୁନ୍ଦ ରାଓ ମଧ୍ୟ ଉପସ୍ଥିତ ଥିଲେ ।

ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କ ରେ ମଧ୍ୟ ଆଲୋଚନା ହୋଇଥିଲା । କିନ୍ତୁ ଏହି ବୈଠକରେ କ’ଣ ସବୁ ଚର୍ଚ୍ଚା ହେଲା ସେ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ କିଛି ଜଣା ପଡିନାହିଁ । ସାଂସଦ ଙ୍କ ପ୍ରତିନିଧି ଯୋଗ ଦେଇ ନଥିଲେ ।