ବାଣୀଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୁଦ୍ଧିଜୀବୀଙ୍କ ବୈଠକ

0
125
ବାଣିଶ୍ରୀ ଉଚ୍ଚ ମାଧ୍ୟମିକ

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୨୪/୦୫) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ର କିଛି ବୁଦ୍ଧିଜୀବୀଙ୍କୁ ନେଇ ଏକ ବୈଠକ ସ୍ଥାନୀୟ ବାଣୀଶ୍ରୀ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ, ବୋରିଗୁମ୍ମା ଠାରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଛାତ୍ର ଛାତ୍ରୀଙ୍କର ନାମ ଲେଖା, ହଷ୍ଟେଲ ପରିଚାଳନା, ଉନ୍ନତମାନର ଶିକ୍ଷାଦାନ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା । ବାଣୀଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଶିବ ରଞ୍ଜନ ପଣ୍ଡା, ଚେୟାରମାନ ମହୋଦୟା, କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବୋରିଗୁମ୍ମା ଉପଖଣ୍ଡ ଆରକ୍ଷୀ ଅଧିକାରୀ ହରେକୃଷ୍ଣ ମାଝୀ, ନାଗରାଜ ଦୋରା, ସୁବାଷ ନାୟକ, ନିରଞ୍ଜନ ପ୍ରଧାନ, ନିଳାଞ୍ଚଳ ମହାନ୍ତି, ଏନ. ରାଜେଶ କୁମାର, ପ୍ରସନ୍ନ ସାହୁ, ପବିତ୍ର ମୋହନ ଦାସ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତ ପ୍ରଦାନ କରିଥିଲେ । ଶିକ୍ଷାନୁଷ୍ଠାନ ର ସର୍ବାଙ୍ଗୀନ ବିକାଶରେ ସମସ୍ତ ପ୍ରକାର ସହଯୋଗ କରିବାକୁ ଉପସ୍ଥିତ ବୁଦ୍ଧିଜୀବି ମାନେ ପ୍ରତିଶ୍ରୁତି ଦେଇଥିବା ଜଣା ପଡିଛି ।