ପାନ ଦୋକାନ ଗୁଡ଼ିକ ଉପରେ ମିଳିତ ଚଢ଼ାଉ

0
113
ପାନ ଦୋକାନ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୪ / ୦୫) : କାଶୀନଗର ସହର ଅଞ୍ଚଳ ରେ ବିଭିନ୍ନ ପାନ ଦୋକାନ ଉପରେ ଚଢ଼ାଉ ହୋଇଥିବା ଜଣା ଯାଇଛି ।WhatsApp Image 2022 05 23 at 7.51.54 PM ପାନ ଦୋକାନ ଗୁଡ଼ିକ ଉପରେ ମିଳିତ ଚଢ଼ାଉ

ପ୍ରାପ୍ତ ସୂଚନା ମୁତାବକ ଆଜି ସକାଳେ ଅବକାରୀ, ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ ର କେନ୍ଦ୍ରୀୟ ଟିମ୍ , ସ୍ଥାନୀୟ ପୋଲିସ ର ସହାୟତା ରେ ଖାଦ୍ୟ ସୁରକ୍ଷା ଓ ଅବକାରୀ ବିଭାଗ ଦ୍ୱାରା ଅଞ୍ଚଳ ର ବିଭିନ୍ନ ପାନ ଦୋକାନ ଉପରେ ଚଢ଼ାଉ କରି ପାନମସଲା ଗୁଟଖା ଇତ୍ୟାଦି ତମାଖୁ ସାମଗ୍ରୀ ଜବତ କରିଥିବା ଜଣା ପଡ଼ିଛି । କିନ୍ତୁ ଖାଦ୍ୟ ସୁରକ୍ଷା ଅଧିକାରୀ ସାଙ୍ଗରେ ଥିଲେ ମଧ୍ୟ କୌଣସି ହୋଟେଲ କିମ୍ବା ରେଷ୍ଟୁରାଣ୍ଟ ରେ ଖାଦ୍ୟ ର ମାନ ପରୀକ୍ଷଣ ନ ଥିବା ଜଣା ପଡ଼ିଛି । ଏଣୁ ଛୋଟ ଛୋଟ ପାନଦୋକାନ କରି ଗୁଜୁରାଣ ମେଣ୍ଟାଇବା ପାଇଁ କରିଥିବା ଦୋକାନ ଉପରେ ଚଢ଼ାଉ କରି ଜୋରିମାନା ଆଦାୟ କରାଯାଇଛି ।