କୋରାପୁଟ ଜିଲ୍ଲା ର ବୋରିଗୁମ୍ମାରେ ଗଡିଲା କୃଷି ରଥ

0
169
କୋରାପୁଟ ଜିଲ୍ଲା ର

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୧୪/୦୫) : କୋରାପୁଟ ଜିଲ୍ଲା ର ବୋରିଗୁମ୍ମା ବ୍ଲକ, ବିଜାପୁର, କଣାଗାଁ, ବାଣ୍ଡିଗୁଡା, ବେଣାଗାଁ, କାମରା ପ୍ରମୁଖ ବ୍ଲକ ର ୧୬ ଗୋଟି ପଞ୍ଚାୟତ ର ପ୍ରତ୍ୟେକ ଗ୍ରାମରେ ଗତକାଲି କୃଷି ରଥ ଗଡି କୃଷି ଭିତ୍ତିକ ପ୍ରସାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

କୃଷି ରଥ ମାଧ୍ୟମରେ କୃଷକ ମାନଙ୍କୁ କୃଷି ଏବଂ କୃଷକଙ୍କ ଉନ୍ନତି ତଥା ଅଧିକ ଅମଳ ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ଯୋଜନା ଗୁଡିକ ସଂପର୍କରେ ନାଚ ଏବଂ ଗୀତ ମାଧ୍ୟମରେ ସୂଚନା ଦିଆଯିବାର ବ୍ୟବସ୍ଥା ରହିଛି । କୋରାପୁଟ ଜିଲ୍ଲା ର ବୋରିଗୁମ୍ମାରେ ୩ ଦିନ ମଧ୍ୟରେ ବ୍ଲକର ୧୬ଟି ପଞ୍ଚାୟତରେ କୃଷକ ମାନଙ୍କୁ ବିବିଧ କୃଷି ପ୍ରଣାଳୀ ସଂପର୍କରେ କୃଷି ରଥ ମାଧ୍ୟମରେ ପ୍ରଦର୍ଶନ କରାଯିବ ।

ଗତକାଲି ବୋରିଗୁମ୍ମା ପଞ୍ଚାୟତ ର ବିଭିନ୍ନ ସ୍ଥାନରେ କୃଷି ରଥ ପହଞ୍ଚି କାର୍ଯ୍ୟକ୍ରମ ଉପସ୍ଥାପନ କରିଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଏଏଓ କେ ଜିତେନ୍ଦ୍ର ରାଓ, ଗୀତା ମହାନ୍ତି, ପୂର୍ଣ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିବାବେଳେ ଏଟିଏମ୍ ବିକାଶ ପ୍ରଧାନ, ଶ୍ରୀକାନ୍ତ ଆଚାରୀ କାର୍ଯ୍ୟକ୍ରମ ପ୍ରଚାର କରିଥିବା ଜଣାପଡିଛି ।