ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନୂତନ ଶିଶୁଙ୍କ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

0
145
ସରସ୍ୱତୀ ଶିଶୁ ବିଦ୍ୟା

ରିପୋର୍ଟ : ବିରଞ୍ଚି ପ୍ରସାଦ
ରାୟଗଡା, ତା (୨୫/୫) : ବୁଧବାର ଦିନ ରାୟଗଡା ଜିଲ୍ଲା ର ଗୁଣପୁର ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ନୂତନ ଶିଶୁଙ୍କ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି lWhatsApp Image 2022 05 25 at 7.34.00 PM ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନୂତନ ଶିଶୁଙ୍କ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

ଏହି ଅବସରରେ ଅନୁଷ୍ଠାନ ର ପ୍ରଧାନାଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥି ଉଦ୍ଦେଶ୍ୟ ଜ୍ଞାପନରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ମାନଙ୍କ ଶୈକ୍ଷିକ ଉନ୍ନତି ସଂସ୍କାର ଓ ଆଧ୍ୟାତ୍ମିକ ଶିକ୍ଷା ବିଷୟରେ ଆଲୋକପାତ କରିଥିଲେ l ସମ୍ପାଦକ ଶ୍ରୀ ସୋମନାଥ ଗୌଡ଼ ଶିଶୁ ମନ୍ଦିର ଯୋଜନା ଓ ଶିଶୁଙ୍କ ସର୍ବାଙ୍ଗୀନ ବିକାଶ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ l

ଯୁଗ୍ମ ସମ୍ପାଦକ ଶ୍ରୀ ମୋହନ ଚନ୍ଦ୍ର ସାହୁ ଓ ସଦସ୍ୟା ଶ୍ରୀମତୀ ପ୍ରତିଭା ରଥ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ l ନୂତନ ଶିଶୁଙ୍କ ଏହି ଅଭିଭାବକ ସମ୍ମିଳନୀ ରେ କେତେକ ଅଭିଭାବକ ନିଜ ନିଜର ମତାମତ ପ୍ରଦାନ କରିଥିଲେ l