ଗୋଷ୍ଠୀ ଶୌଚାଳୟ ସାଜିଛି ଭୂତ କୋଠୀ : କେବେ ହେବ କାର୍ଯ୍ୟକ୍ଷମ ?

0
128
ଗୋଷ୍ଠୀ ଶୌଚାଳୟ

ରିପୋର୍ଟ : ସୁଶାନ୍ତ ବେହେରା
କଣ୍ଟାମାଳ, (୨୬/୦୫) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଗୋଷ୍ଠୀ ଶୌଚାଳୟ ଟି କାର୍ଯ୍ୟକ୍ଷମ ନ ହୋଇ ଭୂତ କୋଠିରେ ପରିଣତ ହୋଇଛି ।

କାମ ସମ୍ପୂର୍ଣ୍ଣ ହେବାର ଏକ ବର୍ଷ ବିତି ଯାଇଥିଲେ ସୁଦ୍ଧା କାର୍ଯ୍ୟକ୍ଷମ ନ ହେବାରୁ ରୋଗୀଙ୍କ ସହ ତାଙ୍କର ସମ୍ପର୍କୀୟ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଗୋଷ୍ଠୀ ଶୌଚାଳୟ ରେ ପାଣି ଟାଙ୍କି, ପାଇପ, ଟ୍ୟାପ୍ ସହ ଅତ୍ୟାବଶ୍ୟକୀୟ ଭିତ୍ତିଭୂମି ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହେଉ ନ ଥିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଏ ସମ୍ପର୍କରେ ଆମେ କଣ୍ଟାମାଳ ଜଳ ଓ ପରିମଳ ବିଭାଗ ର କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ମୁଁ ଜାଣି ନାହିଁ ବୁଝିକି କହିବି ବୋଲି କହିଥିବା ବେଳେ କଣ୍ଟାମାଳ ବିଡ଼ିଓ କଳାକୃଷ୍ଣ ପ୍ରଧାନ ଙ୍କୁ ପଚାରିବାରୁ ମୁଁ ତଦନ୍ତ କରି ଅତି ଶୀଘ୍ର ପଦକ୍ଷେପ ନେବାକୁ ପ୍ରକାଶ କରିଥିଲେ । ଘଟଣା ସମ୍ପର୍କରେ ଆମେ ମନମୁଣ୍ଡା ସରପଞ୍ଚ ରଞ୍ଜୁ ବେହେରାଙ୍କ ପ୍ରତିକ୍ରିୟା ନେବାରୁ ଖୁବ୍ ଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏଠାରେ ଦେଖିବାକୁ ବାକି ରହିଲା ମନ ମୁଣ୍ଡା ଅଞ୍ଚଳର ପ୍ରତ୍ୟେକ ଜନ ହିତାଧିକାରୀ କାର୍ଯ୍ୟ ବିପଥଗାମୀ ହେଉଥିବା ବେଳେ କେବେ କାର୍ଯ୍ୟକ୍ଷମ ହେଉଛି ଏ ଗୋଷ୍ଠୀ ଶୌଚାଳୟ ଆଉ କେବେ ଶୁଭ ଦୃଷ୍ଟି ପଡୁଛି ପ୍ରଶାସନ ର ।