ପଶ୍ଚିମ ଓଡ଼ିଶା ରେ ହାଇକୋର୍ଟ ସ୍ଥାୟୀ ବ୍ୟାଞ୍ଚ ପ୍ରତିଷ୍ଠାରେ ହାଇକୋର୍ଟ ବ୍ୟଞ୍ଚ ସଦସ୍ୟଙ୍କ ଦୋମୁହାଁ ନୀତି

0
128
ପଶ୍ଚିମ ଓଡ଼ିଶା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୨୭/୦୫) : ପଶ୍ଚିମ ଓଡ଼ିଶା ରେ ହାଇକୋର୍ଟ ର ସ୍ଥାୟୀ ବ୍ୟାଞ୍ଚ ସ୍ଥାପନ ପ୍ରସଙ୍ଗରେ ହାଇକୋର୍ଟ ବାର ଏସୋସିଏସନର ଦୋମୁହାଁ ନୀତି କୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

କେନ୍ଦ୍ର ଆଇନ୍ ମନ୍ତ୍ରୀ ନିଜ ବିବୃର୍ତ୍ତିରେ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ର ସ୍ଥାୟୀ ବ୍ୟାଞ୍ଚ ସ୍ଥାପନ ପ୍ରସଙ୍ଗକୁ ନେଇ ନିଜ ଯୁକ୍ତି ରଖିଥିବା ବେଳେ ହାଇକୋର୍ଟ ବାର ଏସୋସିଏସନ ଏହାକୁ ବିରୋଧ କରିଛି । ହାଇକୋର୍ଟ ବାର ଏସୋସିଏସନ୍‌ ର ଏପରି ଜନ ବିରୋଧୀ ମନୋଭାବ ଓ ହୀନ ଚକ୍ରାନ୍ତ ପଶ୍ଚିମ ଓଡ଼ିଶାରେ ଆଞ୍ଚଳିକ ବୈଷମ୍ୟ ବାଦକୁ ପ୍ରଶ୍ରୟ ଦେଉଛି ବୋଲି ଜନମତ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବ୍ୟାଞ୍ଚ ସ୍ଥାପନ ପ୍ରସଙ୍ଗକୁ ବରଗଡ଼ ବାର ଏସୋସିଏସନ୍ ଦୃଢ଼ ସ୍ଵରରେ ସମର୍ଥନ କରିଛି ।

ଗତକାଲି ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟ ଠାରେ ସଂଘ ର ସଭାପତି ଅମରେଶ ତ୍ରିପାଠୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଂଘ ର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠିତ ବୈଠକରେ ବରଗଡ଼ ବାର ଏସୋସିଏସନ୍ ର ସଭାପତି ଚନ୍ଦ୍ରଧ୍ୱଜ ଜାଲ, ସଂପାଦକ ହରିହର ପ୍ରଧାନ, ଯୁଗ୍ମ ସଂପାଦକ ରାଜେନ୍ଦ୍ର ମହାନ୍ତିଙ୍କ ସମେତ ସଭ୍ୟ ପରେଶ ନାୟକ, ସଂକର୍ଷଣ ମିଶ୍ର, ସୁରେଶ ସତପଥୀ, ସୁଧୀର ଦେବତା ଓ ଅନ୍ୟ ବରିଷ୍ଠ ସଭ୍ୟମାନେ ଯୋଗ ଦେଇ ସ୍ଥାୟୀ ବ୍ୟାଞ୍ଚ ଦାବିକୁ ସମର୍ଥନ ଜଣାଇ ଥିଲେ l

ଯଶବନ୍ତ କମିଶନ ଓ ପାଲ କମିଶନ ରିପୋର୍ଟ ଆଧାରରେ ବଲାଙ୍ଗୀର ହିଁ ହାଇକୋର୍ଟ ସ୍ଥାୟୀ ବ୍ୟାଞ୍ଚ ସ୍ଥାପନ ପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି ଉଭୟ ବରଗଡ଼ ଜିଲ୍ଲା ଓ ବଲାଙ୍ଗିର ଜିଲ୍ଲା ଓକିଲ ସଂଘ ର ସଭ୍ୟ ମାନେ ମତ ଦେଇଥିଲେ ।