ବିଶିଷ୍ଟ ନୃତ୍ୟ ଗୁରୁ ଓ ମୃଦଙ୍ଗ ବାଦକ ଭୀଷ୍ମଙ୍କ ପରଲୋକ

0
136

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୭/୦୫) : ଗଜପତି ଜିଲ୍ଲା ର କାଶୀନଗର ସହର ର ବିଶିଷ୍ଟ ନୃତ୍ୟ ଗୁରୁ ଭୀଷ୍ମ ଲେଙ୍କା ଙ୍କ ପରଲୋକ ହୋଇଯାଇଛି ।

ସ୍ୱର୍ଗତ ବିଶିଷ୍ଟ ନୃତ୍ୟ ଗୁରୁ ଭୀଷ୍ମ ଲେଙ୍କା ଜଣେ ପରିବା ବିକାଳୀ ହୋଇଥିଲେ ସୁଦ୍ଧା ନୃତ୍ୟ ଓ ମୃଦଙ୍ଗ ବାଦକରେ ନିପୂଣ ଥିଲେ । ସେ ଭୂତ କେଳି ନାଟକ ପାଇଁ ପ୍ରସିଦ୍ଧି ଲାଭ କରିଥିଲେ । ଅବିଭକ୍ତ ଗଞ୍ଜାମ ଓ ରାୟଗଡା ରେ ଏହି ନାଟକ ପ୍ରସିଦ୍ଧି ଲାଭ କରିଛି । ସେ ଦୀର୍ଘ ୪୦ ବର୍ଷ ଧରି ଏହି କାର୍ଯ୍ୟ ରେ ନିଜକୁ ଯୋଡ଼ି ହୋଇଥିଲେ । କିନ୍ତୁ ଏ ଯାଏଁ ତାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ କଳାକାର ଭତ୍ତା ମିଳି ପାରିନାହିଁ । ପ୍ରଶାସନ ପଛରେ ଦୌଡ଼ି ଦୌଡ଼ି ଶେଷରେ ପ୍ରାଣ ତ୍ୟାଗ କଲେ । ତାଙ୍କ ମୃତ୍ୟୁ ରେ କାଶୀନଗର ସହର ରେ ଶୋକ ର ଛାୟା ଖେଳିଯାଇଛି ।