ସୁବର୍ଣ୍ଣପୁର ଜିଲ୍ଲାରେ ସଡ଼କ ସୁରକ୍ଷା ନିୟମକୁ ଜୁନ ୧ ତାରିଖ ଠାରୁ କଡାକଡି ପାଳନ ନିର୍ଦ୍ଦେଶ

0
159
ସୁବର୍ଣ୍ଣପୁର ଜିଲ୍ଲାରେ ସଡ଼କ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୬/୫) : ସୁବର୍ଣ୍ଣପୁର ଜିଲ୍ଲାରେ ସଡ଼କ ସୁରକ୍ଷା ଓ ତତ ସମ୍ୱନ୍ଧୀୟ ଦୁର୍ଘଟଣା କୁ ହ୍ରାସ କରିବା ନିମନ୍ତେ ପ୍ରଶାସନ ଓ ଜିଲ୍ଲା ପେଟ୍ରୋଲ ପମ୍ପ ମାଳିକ ମାନଙ୍କ ମଧ୍ୟରେ ଏକ ସମନ୍ୱୟ ବୈଠକ ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି lWhatsApp Image 2022 05 27 at 6.28.36 AM ସୁବର୍ଣ୍ଣପୁର ଜିଲ୍ଲାରେ ସଡ଼କ ସୁରକ୍ଷା ନିୟମକୁ ଜୁନ ୧ ତାରିଖ ଠାରୁ କଡାକଡି ପାଳନ ନିର୍ଦ୍ଦେଶ

ଅନୁଷ୍ଠିତ ବୈଠକରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଅଧ୍ୟକ୍ଷତା କରି ସୁବର୍ଣ୍ଣପୁର ଜିଲ୍ଲାରେ ସଡ଼କ ସୁରକ୍ଷା ଓ ସଡ଼କ ଦୁର୍ଘଟଣାକୁ ହ୍ରାସ କରାଯିବା ନିମନ୍ତେ ଗତ ୨୪ ତାରିଖରେ ଜିଲ୍ଲପାଳ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ନିଷ୍ପତ୍ତି ଉପରେ ସୂଚନା ପ୍ରଦାନ କରାଯାଇଥିଲା l

ବର୍ତ୍ତମାନ ର ବର୍ଦ୍ଧିତ ଜନ ବସତି ସାଙ୍ଗକୁ ଦୁଇ ଚକିଆ, ଚାରିଚକିଆ ଯାନ ର ବହୁଳ ବ୍ୟବହାର ସଡ଼କ ସୁରକ୍ଷା ସଚେତନତା ପାଇଁ ଜରୁରୀ ଓ ଅପରିହାର୍ଯ୍ୟ ହୋଇପଡିଛି l ବିଶେଷ କରି ଗାଡି ଚାଳନା ସତର୍କତା ଅବଲମ୍ବନ ଦୁର୍ଘଟଣା କୁ ହ୍ରାସ କରିବାରେ ସହାୟକ ହେବ l ଯେପରି ଗାଡି ଚାଳନା ସମୟରେ ହେଲମେଟ ବ୍ୟବହାର, ସିଟ ବେଲ୍ଟ ପରିଧାନ କରିବା, ନିଶାସକ୍ତ ଅବସ୍ଥାରେ ଗାଡି ନ ଚଳାଇବା, ଉଚିତ ସ୍ଥାନରେ ଗାଡି ପାର୍କିଙ୍ଗ କରିବା, ଗାଡି ଚାଳନା ଲାଇସେନ୍ସ ଓ ଇନ୍ଷ୍ୟରେନ୍ସ କୁ ନିଶ୍ଚିତ କରିବା ଉପରେ ବିଶେଷ ଧ୍ୟାନ ଦେବାକୁ ଗୁରୁତ୍ୱାରୋପ କରାଯାଇଛି l

ବୈଠକ ର ନିଷ୍ପତି ଅନୁଯାୟୀ ଜିଲ୍ଲାରେ ନୋ ହେଲମେଟ ନୋ ପେଟ୍ରୋଲ କୁ ଗୁରୁତ୍ୱାରୋପ ପୂର୍ବକ ପେଟ୍ରୋଲ ପମ୍ପ ମାଳିକ ମାନେ ଯତ୍ନବାନ ହେବାକୁ ଆରକ୍ଷୀ ଅଧିକ୍ଷକ ପରାମର୍ଶ ଦେବା ସହ ଏହି ମହତ କାର୍ଯ୍ୟ ରେ ଆନ୍ତରିକ ସହଯୋଗ କାମନା କରିଥିଲେ l ଜିଲ୍ଲପାଳଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ଜୁନ ୧ ତାରିଖ ରୁ ନୋ ହେଲମେଟ ନୋ ପେଟ୍ରୋଲ କୁ ସମଗ୍ର ଜିଲ୍ଲାରେ କଡାକଡି କରିବା ଉପରେ ନିଷ୍ପତି କରାଯାଇଛି l

ଯେଉଁ ପେଟ୍ରୋଲ ପମ୍ପ ଏହାର ଖିଲାପ କରିବାର ଜଣାପଡିବ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ l ଜିଲ୍ଲା ପୋଲିସ ପ୍ରଶାସନ, ଜିଲ୍ଲା ପରିବହନ ଅଧିକାରୀ ଓ ଜିଲ୍ଲା ଯୋଗାଣ ଅଧିକାରୀ ନିୟମିତ ବ୍ୟବଧାନରେ ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକୁ ଯାଞ୍ଚ କରିବା ଉପରେ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି l

ପ୍ରତ୍ୟେକ ପେଟ୍ରୋଲ ପମ୍ପ ମାଳିକ ପମ୍ପ ପରିସରରେ ସି ସି ଟି ଭି କ୍ୟାମେରା ଲଗାଇବାକୁ ସୁନିଶ୍ଚିତ କରିବାକୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡା ପରାମର୍ଶ କରିଛନ୍ତି l ପୁନଶ୍ଚ ଜିଲ୍ଲା ର ପ୍ରତ୍ୟେକ ପମ୍ପ ମାଳିକ ମାନେ ପମ୍ପ ପରିସରରେ ଜନସାଧାରଣ ଙ୍କ ନିମନ୍ତେ ମୌଳିକ ସୁବିଧା ଉପଲବ୍ଧ କରାଇବାକୁ ଗୁରୁତ୍ୱାରୋପ କରିଛନ୍ତି l ସହର ତଥା ଜନ ଗହଳିପୂର୍ଣ୍ଣ ସ୍ଥାନ, ଜାତୀୟ ତଥା ରାଜ୍ୟ ରାଜପଥ ପାର୍ଶ୍ଵରେ ଭାରି ଯାନ ପାର୍କିଙ୍ଗ ନ କରିବାକୁ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି l ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ଦୁର୍ଘଟଣା କୁ ରୋକିବା ନିମନ୍ତେ ଆବଶ୍ୟକ ସଚେତନତା ଉପରେ ଆଲୋକପାତ କରିଥିଲେ l

ବୈଠକରେ ଅତିରିକ୍ତ ପରିବହନ ଅଧିକାରୀ ଶିବାଶିଷ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ପେଟ୍ରୋଲ ମାଳିକ ସଙ୍ଘ କର୍ମକର୍ତ୍ତା ତଥା ମାଳିକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ ବୈଠକ ର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l