ଇପିଏଫ୍‌ଓ ର ଘୋଷଣା : ଏଣିକି ଯେ କୌଣସି ସମୟରେ ଜୀବନ ପ୍ରମାଣପତ୍ର ଦାଖଲ

0
127
ଇପିଏଫ୍‌ଓ

ରିପୋର୍ଟ : ରାମନାଥ ଗନ୍ତାୟତ
ନୂଆଦିଲ୍ଲୀ, (୨୭/୦୫) : କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ) ଏହାର ପେନସନ ଭୋଗୀଙ୍କ ନିମନ୍ତେ ବଡ ଘୋଷଣା କରିଛନ୍ତି ।

କର୍ମଚାରୀ ପେନ୍‌ସନ ଯୋଜନା (ଇପିଏସ୍‌) ୯୫ ଅନୁଯାୟୀ ଏଣିକି ଜଣେ ପେନସନ ଭୋଗୀ ବର୍ଷ ର ଯେ କୌଣସି ସମୟରେ ନିଜର ଜୀବନ ପ୍ରମାଣ ପତ୍ର ଦାଖଲ କରି ପାରିବେ । ପେନସନଭୋଗୀ ମାନେ ପ୍ରମାଣ ପତ୍ର ଦାଖଲ ଦିନ ଠାରୁ ଏହା ଏକ ବର୍ଷ ପାଇଁ ବୈଧ ରହିବ । ଏ ସମ୍ପର୍କରେ ଇପିଏଫ୍‌ଓ ଟୁଇଟ୍ କରି ଜଣାଇଛି । ଜୀବନ ପ୍ରମାଣ ପତ୍ର ପେନସନଭୋଗୀ ଙ୍କ ନିମନ୍ତେ ଏକ ଜରୁରୀ କାଗଜ ପତ୍ର ଯାହା ପେନସନଭୋଗୀ ଜୀବିତ ଥିବା ପ୍ରମାଣିତ କରିଥାଏ । ପେନସନଭୋଗୀ ମାନେ ସେମାନଙ୍କ ଜୀବନ ପ୍ରମାଣ ପତ୍ର ପେନସନ ପ୍ରଦାନକାରୀ ବ୍ୟାଙ୍କ, ପୋଷ୍ଟ ଅଫିସ, ସାଧାରଣ ସେବା କେନ୍ଦ୍ର (ସିଏସ୍‌ସି) କିମ୍ବା ନିକଟସ୍ଥ ଇପିଏଫଓ କାର୍ଯ୍ୟାଳୟରେ ଦାଖଲ କରିଥାନ୍ତି ।