ଋଷରେ ଫସିିଛି ଭାରତ ର ଟଙ୍କା

0
147
ଋଷରେ ଫସିିଛି

ରିପୋର୍ଟ : ରାମନାଥ ଗନ୍ତାୟତ
ଋଷ/ଭୁବନେଶ୍ୱର, (୨୮/୦୫) : ଋଷରେ ଫସିିଛି ଭାରତର ଏକ ହଜାର କୋଟି ଟଙ୍କା । ୟୁକ୍ରେନ ଉପରେ ଆକ୍ରମଣ ପରେ ଋଷ ଡଲାର ଜରିଆରେ ବିଦେଶୀ ଦେୟ ପଇଠ ଉପରେ ରୋକ ଲଗାଇଛନ୍ତି ।

ଯାହା ଫଳରେ ଭାରତୀୟ ତୈଳ କମ୍ପାନୀଙ୍କ ଲାଭାଂଶ ୮ ବିଲିୟନ ରୁବେଲ, ଅର୍ଥାତ ପ୍ରାୟ ଏକ ହଜାର କୋଟି ଟଙ୍କା ଋଷରେ ଫସିିଛି । ଓଏଲ ଇଣ୍ଡିଆ ଲିମିଟେଡ ର ଅର୍ଥନୀତି ନିର୍ଦ୍ଦେଶକ ହର୍ଷ ମାଧବ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଋଷ ର ୪ଟି ତେଲ ଓ ଗ୍ୟାସ କମ୍ପାନୀର ଅଂଶଧନ କିଣି ଭାରତୀୟ ତୈଳ କମ୍ପାନୀ ପୁଞ୍ଜି ନିବେଶ କରିଛନ୍ତି ।

ତେଣୁ ପ୍ରାକୃତିକ ଗ୍ୟାସ ଓ ତେଲ ବିକ୍ରିରୁ ହୋଇଥିବା ଲାଭକୁ ଅଂଶଧନକାରୀଙ୍କ ମଧ୍ୟରେ ଭାଗବଣ୍ଟା ହୋଇଥାଏ । କିନ୍ତୁ ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ରୁଷ ର ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ହେଉଥିବାରୁ ରାଷ୍ଟ୍ରପତି ପୁଟିନ ବିଦେଶକୁ ଡଲାର ପୈଠ ଉପରେ କଟକଣା ଲଗାଛନ୍ତି । ତେଣୁ ଭାରତୀୟ ତୈଳ କମ୍ପାନୀ ବ୍ୟବସାୟରୁ ମିଳିଥିବା ଆୟ ପାଇପାରୁ ନାହାଁନ୍ତି । ତେବେ ୟୁକ୍ରେନ ସଙ୍କଟ ଟଳିବା ପରେ ଫଶିଥିବା ଟଙ୍କା ଫେରି ପାଇବେ ବୋଲି ଆଶା ପ୍ରକାଶ କରିଛନ୍ତି ହର୍ଷ ମାଧବ ।