ଦୈନନ୍ଦିନ ଜୀବନରେ ଅଦା ସେବନ କରିବା ର ଲାଭ

0
165
ଦୈନନ୍ଦିନ ଜୀବନରେ ଅଦା

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୨୮/୦୫) : ଅଦା ସମସ୍ତଙ୍କ ରୋଷେଇ ଘରେ ସହଜରେ ମିଳିଥାଏ । ଦୈନନ୍ଦିନ ଜୀବନରେ ଅଦା ସେବନ କରିବା ନିହାତି ଜରୁରୀ । ଏହାର ଗୋଟିଏ ନୁହେଁ ବରଂ ଅନେକ ଫାଇଦା ରହିଛି ।

ଦୈନନ୍ଦିନ ଜୀବନରେ ଅଦା ସେବନ କରିବା ମଧୁମେହ ରୋଗୀଙ୍କ ପାଇଁ ଏହା ଏକ ବରଦାନ ସଦୃଶ । କିନ୍ତୁ ଯଦି ଆପଣ ଏହାକୁ ଅଧିକ ମାତ୍ରାରେ ଖାଆନ୍ତି ତେବେ ରକ୍ତରେ ଶର୍କରା ସ୍ତର ବଢିବାର ସମ୍ଭାବନା ରହିଛି । ତେବେ ଆସନ୍ତୁ ଜାଣିବା ଅଦା ଖାଇବା ଦ୍ୱାରା କ’ଣ କ’ଣ ଲାଭ ମିଳିଥାଏ ।

ଅନେକ ରିପୋର୍ଟରେ ଏହା ଦାବି କରାଯାଇଛି ଯେ, ମଧୁମେହ ରୋଗୀ ରକ୍ତରେ ଶର୍କରା ନିୟନ୍ତ୍ରଣ କରିବା ପାଇଁ ସୀମିତ ମାତ୍ରାରେ ଅଦା ଖାଇବା ଉଚିତ । ଯଦି ଆପଣ ଦିନକୁ ୪ ଗ୍ରାମ ଅଦା ଖାଆନ୍ତି ତେବେ ଏହା ରକ୍ତରେ ଶର୍କରା ସ୍ତର କମ୍ କରିବା ଏବଂ ଇନସୁଲିନ୍ ଉତ୍ପାଦନକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ । ଯଦି ଅଧିକ ମାତ୍ରାରେ ଅଦା ଖାଆନ୍ତି ତେବେ ହୃଦଘାତ, ଡାଇରିଆ କିମ୍ବା ପେଟ ଜନିତ ସମସ୍ୟା ଦେଖାଦେଇପାରେ ।

ଯେଉଁମାନଙ୍କର ମାଇଗ୍ରେନ ଜନିତ ସମସ୍ୟା ଅଛି ସେମାନେ ମଧ୍ୟ ଏହାକୁ ସେବନ କରି ପାରିବେ । ଏହା ଦ୍ୱାରା ଆପଣଙ୍କ ଯନ୍ତ୍ରଣା କମ୍ ହୋଇ ପାରିବ । ବିଶେଷ କରି କଞ୍ଚା ଅଦା ଖାଇବା ଦ୍ୱାରା ଆପଣଙ୍କୁ ଅଧିକ ଫାଇଦା ମିଳିବ ।

କୋଲେଷ୍ଟ୍ରଲ ସ୍ତର କମ୍ କରିବାରେ ମଧ୍ୟ ଅଦା ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଦ୍ୱାରା ହୃଦଘାତ ର ବିପଦ ମଧ୍ୟ ହ୍ରାସ ପାଇବ । ଆପଣ ଏହାକୁ ଚା’ ସହ ମଧ୍ୟ ବ୍ୟବହାର କରିପାରିବେ । ଆପଣ ଏହାକୁ ଯେକୌଣସି ତରକାରୀରେ ବ୍ୟବହାର କରି ପାରିବେ ।