ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
141
ରଥଯାତ୍ରା ପାଳନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨/୬) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଚଳିତ ବର୍ଷ ଧୁମଧାମରେ ରଥଯାତ୍ରା ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ର ସଭାଗୃହରେ ଅନୁଷ୍ଠିତ ହୋଇଛି ।

ରଥଯାତ୍ରା ପାଳନ ପାଇଁ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ତହସିଲଦାର ସୁଧାକର ରଇତ, ଭାରପ୍ରାପ୍ତ ଥାନା ଅଧିକାରୀ ମୁକୁନ୍ଦଦେବ ନାୟକ, ମନ୍ଦିର ପରିଚାଳନା ସଭାପତି ନରସିଂହ ପାଢ଼ୀ, ସମ୍ପାଦକ ଗଙ୍ଗା ସାହୁ, ସରପଞ୍ଚ ବାର୍ଲି ଗୌତମ ମଞ୍ଚାସୀନ ରହିଥିଲେ । କରୋନା ମହାମାରୀ ଯୋଗୁଁ ଦୁଇବର୍ଷ ରଥଯାତ୍ରା ହୋଇପାରି ନଥିଲା ତାହା ଚଳିତ ବର୍ଷ ହେବାକୁ ଯାଉଥିବା ବେଳେ ବହୁସଂଖ୍ୟାରେ ଭକ୍ତଙ୍କ ସମାଗମ ହେବ ବୋଲି ପ୍ରଶାସନ ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତି ଚାଲିଛି ।

କରୋନା ସମୟରେ ପ୍ରଶାସନ ନିର୍ଦ୍ଦେଶ କ୍ରମେ ମନ୍ଦିର ପରିଚାଳନା କମିଟି ସହାୟତାରେ ରୀତିନୀତି ଅନୁଯାୟୀ ମନ୍ଦିର ପରିସରରେ ବିନା ଭକ୍ତରେ ଯାତ୍ରା କରାଯାଇଥିଲା । ବୈଠକରେ ମନ୍ଦିର ପରିଚାଳନା କମିଟି ର ସଭାପତି ସଭାପତି ପଦବୀରୁ ପରିତ୍ୟାଗ କରିବା ପାଇଁ ତହସିଲଦାର ଙ୍କୁ ଲିଖିତ ଦେଇଥିଲେ । ଏହାକୁ ନେଇ ବୈଠକରେ ରଥଯାତ୍ରା ଶେଷ ପର୍ଯ୍ୟନ୍ତ ସଭାପତି ଦାଇତ୍ୱ ତୁଲାଇବେ ବୋଲି ନିଷ୍ପତି ନିଆଯାଇଛି । ରଥ ପଡିଆ ସମତଳ ଓ ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ପୂର୍ତ୍ତ ବିଭାଗ କୁ ଅନୁରୋଧ କରାଯିବ । ରଥ ମରାମତି, ପାନୀୟ ଜଳ ବ୍ୟବସ୍ଥା ଓ ଯାତ୍ରା ପାଇଁ ପାଣ୍ଠି ଆଦାୟ ନିମନ୍ତେ ସଦସ୍ୟ ଚୟନ କରାଯାଇଛି ।

ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଛି । ଏଥିରେ ମନ୍ଦିର ପରିଚାଳନା କମିଟି, ବନ ବିଭାଗ, ବ୍ଲକ, ଗ୍ରାମବାସୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ । ଶେଷରେ ରାଜସ୍ୱ ନିରୀକ୍ଷକ ସତ୍ୟଜିତ ଦାସ ଧନ୍ୟବାଦ ଦେଇ ସଭା ଭଙ୍ଗ କରିଥିଲେ ।