ଖୋର୍ଦ୍ଧା ବଲାଙ୍ଗୀର ରେଲୱେ କାର୍ଯ୍ୟ କରୁଥିବା ଜେ. ଆର. ଏଲ୍. କମ୍ପାନୀ ର ଜୁଲମ୍

0
153
ଖୋର୍ଦ୍ଧା ବଲାଙ୍ଗୀର

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୨/୦୬) : ବୌଦ୍ଧ ଜିଲ୍ଲା ଦେଇ ନୂତନ ଭାବେ ଖୋର୍ଦ୍ଧା ବଲାଙ୍ଗୀର ରେଲୱେ କାର୍ଯ୍ୟ କରୁଥିବା ଜେ. ଆର. ଏଲ୍. କମ୍ପାନୀ ଲୋକଙ୍କ ଉପରୁ ଜୋର୍ ଜବରଦସ୍ତ ମୌଳିକ ଅଧିକାର ଛଡ଼ାଇ ନେବାକୁ ବସିଲାଣି ।

ଏପରି ଅଭିଯୋଗ ଆସିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବିଳାସ ପୁର ପଞ୍ଚାୟତ ଅନ୍ତର୍ଗତ ପୁରୁଣା ପାଣି ଗାଁ ରୁ । ଆଗରୁ ସଂଯୋଗ ଥିବା ପୁରୁଣା ପାଣି ରୁ ଖଇରମାଲ ରାସ୍ତା ଉପରେ ଖୋର୍ଦ୍ଧା ବଲାଙ୍ଗୀର ରେଲୱେ ରାସ୍ତା ନିର୍ମାଣ କରି ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ କରିଦେଇଛି ଯାହା ଫଳରେ ଉଭୟ ଗ୍ରାମବାସୀ ଓ ପଡ଼ୋଶୀ ଗ୍ରାମ ର ଲୋକ ମାନେ ନାହିଁ ନଥିବା ର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସବୁ ଜମି ଉପରେ ରେଲୱେ କାର୍ଯ୍ୟ କରୁଥିବା ବେଳେ ଯାହା ବଞ୍ଚିଛି ତାହା ଅପର ପାର୍ଶ୍ଵରେ ଅଛି ସେହି ଜମି କୁ ଯିବା ପାଇଁ ଆଉ ରାସ୍ତା ନାହିଁ ତେଣୁ ଯଥା ଶୀଘ୍ର ଖଇରମାଳ ଓ ପୁରୁଣା ପାଣି ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ । ଦୀର୍ଘ ସାତ ମାସ ହେବ ଦାବିକରି ଆସୁଥିଲେ ମଧ୍ୟ କର୍ଣ୍ଣପାତ କରୁ ନଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ।

ଗତ ୨୩/୧୨/୨୦୨୧ ରେ ଏକ ଚୁକ୍ତିନାମା ମଧ୍ୟ ଜେ. ଆର. ଏଲ୍. କମ୍ପାନୀ ର ମେନେଜର ବିଶ୍ଵନାଥ ବେହେରା ଙ୍କ ସହିତ ଉକ୍ତ ରାସ୍ତା ନିର୍ମାଣ ପାଇଁ ହୋଇଥିଲା । ହେଲେ ଆଶ୍ଚର୍ଯ୍ୟ ର ବିଷୟ ହେଲା ସେହି ସମୟରେ ହିଁ ଗତ ୨୪/୧୨/୨୦୨୧ ଦିନ ଜିଲ୍ଲାପାଳ ଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ ଯାଇଥିବା ପୂର୍ଣ୍ଣ ମାତ୍ରାରେ ଜିଲ୍ଲାପାଳ ମହାଶୟ ଉକ୍ତ ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ୬ ମାସ ବିତିଯାଇଥିଲେ ମଧ୍ୟ ଜିଲ୍ଲାପାଳ ଓ ଜେ. ଆର. ଏଲ୍. କମ୍ପାନୀ ର ପ୍ରତିଶ୍ରୁତି ଭୁଆଁ ବୁଲାଇବା ସଙ୍ଗେ ସମାନ ଅଟେ ।

ଗତକାଲି ସମସ୍ତ ଗ୍ରାମବାସୀ ରେଲୱେ ରାସ୍ତା ନିର୍ମାଣ ହେଉଥିବା ସ୍ଥାନକୁ ଯାଇ ମନା କରିବାରୁ ଜୋର୍ ଜବରଦସ୍ତି ମାତ୍ରାଧିକ ପୋଲିସ ଉପସ୍ଥିତିରେ କାର୍ଯ୍ୟ କରୁଥିବା ଉକ୍ତ ଗ୍ରାମବାସୀ ପ୍ରକାଶ କରିଛନ୍ତି । ତେଣୁ ଯଦି ଆଗାମୀ ଦଶ ଦିନ ମଧ୍ୟରେ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ନହୁଏ ତାହାହେଲେ ପୁରୁଣା ପାଣି ଗ୍ରାମବାସୀ ସମସ୍ତେ ଆମରଣ ଅନଶନ କରିବାସହ ଆଇନ୍ କୁ ହାତକୁ ନେବାକୁ ଚେତାବନୀ ଦେଇଛନ୍ତି ।