ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳା : ନିର୍ମାଣ କାମ ବୁଲି ଦେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

0
143
ରଥ ନିର୍ମାଣ ପାଇଁ

ରିପୋର୍ଟ : ରାମନାଥ ଗନ୍ତାୟତ
ପୁରୀ, (୦୪/୦୬) : ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ରଥଖଳା । ତିନି ରଥ ର ପଞ୍ଚ ଦଣ୍ଡାରେ ଆଗ ମୁହାଣ୍ଟ ଓ ପଛ ମୁହାଣ୍ଟ ପରୀକ୍ଷାମୂଳକ ସଂଯୋଗ ଆରମ୍ଭ ହୋଇଛି ।

ରଥ ନିର୍ମାଣ ପାଇଁ ପଞ୍ଚ ଦଣ୍ଡା ସହ ତାଳଧ୍ୱଜ ରଥ, ନନ୍ଦିଘୋଷ ରଥ ର ଆଉ ୪ଟି ଲେଖାଏଁ ଦଣ୍ଡା ନିର୍ମାଣ ଶେଷ ହୋଇଛି । ଦେବଦଳନ ରଥ ର ପଞ୍ଚ ଦଣ୍ଡା ସହ ଦୁଇ ପାର୍ଶ୍ଵର ଦଣ୍ଡା ନିର୍ମାଣ କରାଯାଇଛି । ସେହିପରି ଦେବଦଳନ ରଥ ର ଦୁଇଟି ଗରଗରାରୁ ଗୋଟିଏ ଚଉପଟ ଶେଷ ହୋଇଛି ।

ତିନି ରଥର ତିନିଟି ଲେଖାଏଁ ଢମକର ଚଉପଟ ଆରମ୍ଭ ହୋଇଛି । ସେହିପରି ରୂପକାର ସେବକମାନେ ସାଲଗୁଜରେ ରୂପ ଖୋଦେଇ ପରେ ତୀଖ ଗୁଜରେ ରୂପ ଖୋଦେଇ କରୁଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ରଥ ଖଳା ବୁଲିବା ସହ ରଥ ନିର୍ମାଣ ସେବକଙ୍କ ସହ ରଥ ନିର୍ମାଣ କାମର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି ।