କାଳ ବୈଶାଖୀ ତାଣ୍ଡବ : କାଶୀନଗର ବ୍ଲକ ରେ ଅପୂରଣୀୟ କ୍ଷତି

0
185
କାଳ ବୈଶାଖୀ ତାଣ୍ଡବ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୫/୦୬) : ଗତ ୩ ତାରିଖ ସନ୍ଧ୍ୟା ସମୟରେ କାଶୀନଗର ବ୍ଲକ ରେ କାଳ ବୈଶାଖୀ ତାଣ୍ଡବ ଲୀଳା ସୃଷ୍ଟି କରି ନାନା କ୍ଷତି ପହଞ୍ଚାଇ ଥିବା ଜଣା ପଡ଼ିଛି ।

୪ ତାରିଖ ରେ ମିଳିଥିବା ରିପୋର୍ଟ ଅନୁସାରେ ବୁଦୁରା ଗ୍ରାମ ପଞ୍ଚାୟତ ଅଧୀନ ବଥବା, କିତିଙ୍ଗି ବାନା ଗୌରୀ ଅଞ୍ଚଳ ରେ କାଳ ବୈଶାଖୀ ତାଣ୍ଡବ ଯୋଗୁଁ ବଜ୍ରପାତ ହୋଇ ଅନେକ ଘର ପୋଡ଼ି ଯାଇଛି । ଏତଦ୍ ବ୍ୟତୀତ ଗଛ ଗୁଡ଼ିକ ରାସ୍ତାରେ ପଡ଼ି ବିଦ୍ୟୁତ୍ ରେ ଅନ୍ତରାୟ ସୃଷ୍ଟି ହୋଇଛି ।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି ତିରୁପତି ରାଓ, ସରପଞ୍ଚ ଶ୍ରୀ ସଞ୍ଜୟ ମିଶ୍ର, ସମିତି ସଭ୍ୟ ବାବୁ ରାଓ, ରାଜସ୍ୱ ନୀରିକ୍ଷକ ଘଟଣା ସ୍ଥଳ ରେ ପହଞ୍ଚି ସରଜମିନ ତଦନ୍ତ କରୁଛନ୍ତି । ବିଡ଼ିଓ ମଧ୍ୟ ଘଟଣା ସ୍ଥଳରେ ଥିବା ଜଣା ପଡିଛି । ବିଦ୍ୟୁତ୍ ବିଭାଗ ତରଫରୁ ସମସ୍ତ କର୍ମଚାରୀ ଲାଗି ପଡିଛନ୍ତି ।