ଶାସକ ଦଳ ର ନିର୍ବାଚନ ଆଚରଣ ବିଧି ର ବାରମ୍ବାର ଉଲ୍ଲଙ୍ଘନ ନେଇ ତିବ୍ର ପ୍ରତିକ୍ରିୟା

0
45
ଶାସକ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୨୮/୦୪) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌରପରିଷଦ ଅଞ୍ଚଳ ରେ ସରକାରୀ ନିୟମ ଅନୁଯାୟୀ ସାଧାରଣ ନିର୍ବାଚନ ତୃତୀୟ ପର୍ଯ୍ୟାୟ ନିମନ୍ତେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଙ୍କ ପତ୍ର ସଂଖ୍ୟା,୯୬୯/୨୧.୦୪.୨୪ କ୍ରମେ ସର୍ତ୍ତାବଳୀ ସହ ଅନୁମତି ପ୍ରଦାନ କରିଛନ୍ତି ।WhatsApp Image 2024 04 28 at 18.27.15 1 ଶାସକ ଦଳ ର ନିର୍ବାଚନ ଆଚରଣ ବିଧି ର ବାରମ୍ବାର ଉଲ୍ଲଙ୍ଘନ ନେଇ ତିବ୍ର ପ୍ରତିକ୍ରିୟା

ଏହି ଆଇନ କ୍ରମେ ପୌର ପରିଷଦ ନିର୍ବାହୀ ଅଧିକାରୀ ଙ୍କ ଅନୁମତି ତଥା ଧାର୍ଯ୍ୟ ଫିସ ପୈଠ କରିବା ନିୟମ ଅଛି । ସ୍ଥାନୀୟ ବିଜେଡି ଶାସକ ଦଳ ଏହି ନିୟମ ଉଲ୍ଲଙ୍ଘନ କରି ଛଅ ଗୋଟି ବ୍ୟାନର ଲଗାଇ ଥିଲେ,ଏ ନେଇ ନିର୍ବାଚନ ଅଧିକାରୀ ଙ୍କ ନିକଟରେ ଅଭିଯୋଗ ହୋଇଥିଲା ଓ ଗତ ଗୁରୁବାର ଦିନ ଶାସକ ଦଳ ପକ୍ଷରୁ ୯୦୦୦ ଟଙ୍କା ସ୍ଥାନୀୟ ପୌର ପରିଷଦ ଅଧିକାରୀ ଙ୍କ ନିକଟରେ ଜମା କରାଯାଇଥିଲା । ହେଲେ ପରେ ସହର ର ୧୫ ନମ୍ବର ୱାର୍ଡ ର ପେଟ୍ରୋଲ ଟାଙ୍କି ନିକଟରେ ଆଉ ଏକ ହୋଡ଼ି ଗତ ୩ ଦିନ ଧରି ଲାଗିଛି । ଏ ନେଇ ନିର୍ବାଚନ ର ଆଚରଣବିଧି ର ଉଲ୍ଲଂଘନ ବୋଲି ବିଭିନ୍ନ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ସହ ସ୍ଵେଚ୍ଛାସେବୀ ସଞ୍ଜୀବ ତ୍ରିପାଠୀ ଏ ନେଇ ତୀବ୍ର ନିନ୍ଦା ସହ ସରକାର ଙ୍କ ସ୍ଵତନ୍ତ୍ର ମୋବାଇଲ୍ ଆପ୍ସ ଜରିଆରେ ଅଭିଯୋଗ କରିଛନ୍ତି ।